Home ଓଡ଼ିଶା କାଗଜ ପେଟିରେ ମୃତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର

କାଗଜ ପେଟିରେ ମୃତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର

110

ବଲାଙ୍ଗୀର ୨୨ -୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : କାଗଜ ପେଟିରେ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲାରେ ଏପରି ଘଟଣା ଦୃଷ୍ଟି କୁ ଆସିଛି। ଉକ୍ତ ମୃତ ଶିଶୁ ଟି କିଏ ଓ କାହିଁକି ଏମିତି ଅବସ୍ଥାରେ ମୃତଦେହ ଫିଙ୍ଗିଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଲା ଥାନା ଅନ୍ତର୍ଗତ ଆଠଗାଁ-ଉପରଝର ରାସ୍ତାର ଉପରଝର ଘାଟି ନିକଟରେ ଗୋଟିଏ କାଗଜ କାର୍ଟୁନ ପଡ଼ିଥିଲା। ଆଉ ସେହି ପେଟି ଭିତରେ ନବଜାତ ଶିଶୁପୁତ୍ରର ମୃତଦେହ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରର ମୃତଦେହ ଜବତ କରିଛି। ଉକ୍ତ ମୃତଦେହ କିଏ ଓ କାହିଁକି ଫିଙ୍ଗିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ବର୍ତ୍ତମାନ ସୁଦ୍ଧା ମୃତଦେହ ନେଇ କୌଣସି ପରିଚୟ ମିଳି ପାରି ନ ଥିବା ପୋଲିସ ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.