Home ଓଡ଼ିଶା କାକଟପୁରରୁ ନିଖୋଜ ଭାଇ ଭଉଣୀ ଭେଜାପୁଟରୁ ଉଦ୍ଧାର

କାକଟପୁରରୁ ନିଖୋଜ ଭାଇ ଭଉଣୀ ଭେଜାପୁଟରୁ ଉଦ୍ଧାର

495

କୋରାପୁଟ ୨୦-୦୪-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଗତ ୧୧ ତାରିଖରୁ ପୁରୀ ଜିଲା କାକଟପୁରରୁ ନିଖୋଜ ଥିବା ଭାଇଭଉଣୀକୁ ସୁନାବେଡା ଥାନା ଭେଜାପୁଟର ଏକ ସେଲୁନରୁ ପୁଲିସ ଉଦ୍ଧାର କରିଛି। ଦାମନଯୋଡି ପୁଲିସ ସହାୟତାରେ କାକଟପୁରରୁ ଆସିଥିବା ପୁଲିସ ଟିମ ଉଦ୍ଧାର କରି ଉଭୟଙ୍କୁ ଫେରାଇ ନେଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ, କୌଣସି ପାରିବାରିକ କାରଣକୁ ନେଇ କାକଟପୁରର ଲକ୍ଷ୍ମଣ ବାରିକଙ୍କ ଝିଅ ରୂପାଲି ବାରିକ(୨୩) ଓ ପୁଅ ସୀପୁନ ବାରିକ ୧୧ତାରିଖରେ ଘରୁ ଲୁଚି ଦାମନଯୋଡି ଚାଲି ଆସିଥିଲେ। ପୁଅଝିଅଙ୍କୁ ଖୋଜାଖୋଜି କରି ନ ପାଇବା ପରେ ଲକ୍ଷ୍ମଣ କାକଟପୁର ଥାନାରେ ଅଭିଯୋଗ କରିଥିଲେ। କାକଟପୁର ପୁଲିସ ଏକ ମାମଲା(କେଶ୍ ନଂ-୪୧/୨୦୧୯)ରୁଜୁ କରି ତଦନ୍ତ କରୁଥିବାବେଳେ ରୂପାଲି ଓ ସୀପୁନ୍ ଦାମନଯୋଡିରେ ଥିବା କୌମସି ସୂତ୍ରରୁ ଖବର ପାଇଥିଲା। ପୁଲିସର ଏକ ଟିମ୍ ପହଂଚି ଦାମନଯୋଡି ପୁଲିସ ସହାୟତାରେ ଭେଜାପୁଟର ଏକ ସେଲନରୁ ସେମାନଙ୍କୁ ଉଦ୍ଧାର କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.