ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ କାଁପଡାରେ ନୂତନ ଭାବେ ମା ବାସୁଳି ବରିଷ୍ଠ ନାଗରିକ ସଂଘ ଗଠିତ ହୋଇଯାଇଛି। ତିହିଡି ବ୍ଲକ ବରିଷ୍ଠ ନାଗରିକ ସଂଘ ତତ୍ୱାବଧାନରେ କାଁପଡା ପଂଚାୟତ ଓ ଆଖପାଖ ଅଂଚଳକୁ ନେଇ ସଂଘ ଗଠିତ ହୋଇଥିବା ଜଣାପଡିଛି।ଏହି ଅବସରରେ ବ୍ଲକ ସଂଘ ସଭାପତି ନିତ୍ୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଏକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକସଙ୍ଘ ସଂଯୋଜକ ସୁରେନ୍ଦ୍ର କୁମାର ନାୟକ,ମୁଖ୍ୟବକ୍ତା ଭାବେ ବ୍ଲକ ସଂଘ ସମ୍ପାଦକ ବିଭୂତି ଭୂଷଣ ସେନାପତି,ସମ୍ନାନିତ ଅତିଥିଭାବେ ସରପଂଚଙ୍କ ପ୍ରତିନିଧି ଅଶୋକ କୁମାର ଦାସ,ସମାଜସେବୀ କୃତିବାସ ଜେନା, ଇନ୍ଦ୍ରମଣି ଦାସ,ଶିକ୍ଷାବିତ କୃତିବାସ ଜେନା ପ୍ରମୁଖ ଯୋଗଦେଇ ସଂଘର ଉପକାରିତା ଉପରେ ଆଲୋକପାତ କରିଥିଲେ।କାଁପଡା ଜୋନରେ ସଭାପତି ରମାକାନ୍ତ ଦାସ,ଉପସସଭାପତି ରମାକାନ୍ତ ଦାସ,ସମ୍ପାଦକ କେଶବ ଚନ୍ଦ୍ର ଦାସ,ସହ ସମ୍ପାଦକ ଓ କୋଷାଧ୍ୟକ୍ଷ ଶଙ୍କର୍ଷଣ ଦାସ,ଉପଦେଷ୍ଟା ଭାବେ କମଳାକାନ୍ତ ଦାସ,ହେମନ୍ତ ମଳିକ,ମାର୍କଣ୍ଡ ମଳିକ,ବନମାଳୀ ଦାସ,ସୁଭାଷ ଦାସ,ଦାଶରଥି ଦାସ ଓ ଅର୍ଜୁନ ଚରଣ ଦାସଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା ।ସଭାରେ ଜଗବନ୍ଧୁ ମଳିକ ଓ ଧବଳ ମଳିକଙ୍କ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା।ଶେଷରେ ଶଙ୍କର୍ଷଣ ମଳିକ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ଦୈତାରି ମଳିକ,ଚିନ୍ତାମଣି ଦାସ,ମଧୁସୂଦନ ଦାସ,କୈଳାଶ ମଳିକ,ଚିତରଞ୍ଜନ ଦାସ,ଗଜେନ୍ଦ୍ର ମଳିକ ,ହେମନ୍ତ ମଳିକ,ମାର୍କଣ୍ଡ ମଳିକ,ଧ୍ରୁବ ମଳିକ,ଦାଶରଥି ଦାସ,କେଶବ ଦାସ,ସୁବାଷ ଚନ୍ଦ୍ର ଦାସ,ପଦ୍ମନାଭ ଦାସ ପ୍ରମୁଖ ବହୁ ବରିଷ୍ଠ ନାଗରିକ ଉପସ୍ଥିତଥିଲେ।








