Home ଜିଲ୍ଲା ପରିକ୍ରମା କାଁପଡାରେ ଚାଷୀ କ୍ଷେତ ମଜଦୁରର ମିଳିତ ବୈଠକ

କାଁପଡାରେ ଚାଷୀ କ୍ଷେତ ମଜଦୁରର ମିଳିତ ବୈଠକ

33

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମସ୍ତ ଚାଷୀଙ୍କ ଠାରୁ ସରକାର ଧାନ କିଣିବା, ସମସ୍ତ ଚାଷ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟଯୁକ୍ତ ଆଇନ୍ ପ୍ରଣୟନ କରିବା, କାଁପଡା ଅଂଚଳରେ ଜଳ ନିଷ୍କାସନ କରିବା, ସମସ୍ତ ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେବା, ଏମଏନଆରଇଜିଏସ୍‌ରେ ବର୍ଷକୁ ସର୍ବନିମ୍ନ ୨୦୦ ଦିନର କାମ ଯୋଗାଇଦେବା, ଏମଏନଆରଇଜିଏସ୍‌ରେ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ, ମୋଦି ସରକାର ସରକାରୀ ସଂପତ୍ତି ବିକ୍ରି ବନ୍ଦ କରିବା, ସମ୍ବିଧାନର ସୁରକ୍ଷା ଆଦି ପ୍ରସଙ୍ଗରେ ଅଖିଳ ଭାରତ କୃଷକ ସଭା ଓ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍ କାଁପଡା ଶାଖା ପକ୍ଷରୁ ଅଖିଳ ଭାରତ କୃଷକ ସଭା କାଁପଡା ଶାଖା କାର୍ଯ୍ୟାଳୟ ଠାରେ ଏକ ସାଧାରଣ ବୈଠକ ବରିଷ୍ଠ ଚାଷୀ ନେତା କୃଷ୍ଣଚନ୍ଦ୍ର ମଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ଭଦ୍ରକ ଜିଲା ସଭାପତି ପ୍ରଫୁଲ୍ଲ ପାଢୀ, ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ଭଦ୍ରକ ଜିଲା ସଂପାଦକ ଗିରିଧାରୀ ନାଥ, ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, କୃଷକ ନେତା ଅଜୟ ମଳିକ, ଯୁବ ନେତା ଜ୍ୟୋତିର୍ମୟ ମଳିକ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଚାଷୀ ଓ କୃଷି ମାରଣା ନୀତିର ତୀବ୍ର ସମାଲୋଚନା କରିଥିଲେ । ଚାଷୀ ଓ ମୂଲିଆର ହକ୍ ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ଜାନୁୟାରୀ ୨୬ ରେ ଦେଶବ୍ୟାପୀ ସାଇକେଲ, ମୋଟର ସାଇକେଲ୍‌, ଟ୍ରାକ୍ଟର ରାଲି ଓ ମିଳିତ ଟ୍ରେଡ୍ ୟୁନିୟନ ଓ ଫେଡେରେସନ ସମୂହ ଆହ୍ୱାନରେ ସଂଗଠିତ ହେବାକୁ ଥିବା ଫେବୃୟାରୀ ୧୬ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ତିହିଡି ଅଂଚଳର ସଫଳ କରିବାକୁ କୃଷକ ଓ କ୍ଷେତ ମଜଦୁର ସଂଗଠନର ନେତୃତ୍ୱ ଏହି ବୈଠକରେ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.