Home ଜିଲ୍ଲା ପରିକ୍ରମା କସ୍ତୁରବା ଗାନ୍ଧୀ ଭାରତର ପ୍ରଥମ ମହିଳା ସତ୍ୟାଗ୍ରହୀ ଥିଲେ

କସ୍ତୁରବା ଗାନ୍ଧୀ ଭାରତର ପ୍ରଥମ ମହିଳା ସତ୍ୟାଗ୍ରହୀ ଥିଲେ

54

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଓ କସ୍ତୁରବା ମହାସଂଘ କୋଡ ଗମ୍ଭୀର ଆନୁକୂଲ୍ୟରେ କୋନଗମ୍ଭୀର ତାରିଣୀ ପଡ଼ିଆରେ ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଙ୍କର ୧୫୨ତମ ଜୟନ୍ତୀ ସମାରୋହ କୋବିଡ଼ କଟକଣା ମଧ୍ୟରେ ପାଳିତ ହୋଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଲୋହିଆ ଏକାଡ଼େମୀ ଭୁବନେଶ୍ୱର ରାଜ୍ୟ ସମ୍ପାଦକ ଦେବପ୍ରସାଦ ରାୟ ମହାପାତ୍ର ଯୋଗ ଦେଇ କହିଥିଲେ କି କସ୍ତୁରବା ଗାନ୍ଧୀ ଜଣେ ସାଧାରଣ ମହିଳାରୁ ରାଷ୍ଟ୍ରମାତା ଭାବେ ପ୍ରତିଷ୍ଠିତା ହେବା ପରେ ତାଙ୍କର ତ୍ୟାଗ, କରୁଣା, ସ୍ନେହ, ପ୍ରେମ ଓ ସହନଶୀଳତା ଆଦି ଗୁଣ ସହାୟକ ହୋଇଥିଲା । ଗାନ୍ଧୀବାଦୀ ପ୍ରବକ୍ତା ଡ ବିଶ୍ୱଜିତ ମୁଖ୍ୟ ବକ୍ତା ଭାବେ କସ୍ତୁରବା ଗାନ୍ଧୀଙ୍କର ବିଭିନ୍ନ ଆ୍େ‌ଦାଳନରେ ଯୋଗ ଦେବା, ନେତୃତ୍ୱ ପ୍ରଦାନ କରିବା ଓ ବହୁବାର ଜେଲ ଯିବା ଆଦି ବିଷୟରେ ବିଷଦ୍ ଭାବେ ଆଲୋଚନା କରି ଆମ ଦେଶର ସମସ୍ତ ନାରୀଙ୍କର ସେ ପ୍ରେରଣାର ଉତ୍ସ ଥିବା ଓ କସ୍ତୁରବା ଭାରତର ପ୍ରଥମ ମହିଳା ସତ୍ୟାଗ୍ରହୀ ଥିବା ସଂଗେ ସଂଗେ କେଉଁପରି ଭାବେ ଅନ୍ୟ ମହିଳାମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରାଇଥିଲେ ସେ ଦିଗରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ଲକ୍ଷ୍ମୀପ୍ରିୟା ନାୟକ ସ୍ୱାଗତ ଭାଷଣ, ଆଶିଷ କୁମାର ମହନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଇଂ ଅଖିଳ ପାଢୀ ସଭାପତିତ୍ୱ ଓ ଉକ୍ତ ଅନୁଷ୍ଠାନର ସମ୍ପାଦକ ଅଧିବକ୍ତା ତୁଷାରକାନ୍ତି ମହାନ୍ତି ସଂଯୋଜନା କରିଥିଲେ । କୋଡ଼ଗମ୍ଭୀର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣିତା ପହ୍ଲାର ସରପଞ୍ଚ କାଳନ୍ଦୀ ଜେନା, ଆଡ୍‌ଭୋକେଟ ପବନ ଶର୍ମା, ଫେଲୋସିପ୍‌ର ଅଧ୍ୟକ୍ଷ ଏସ.ଏମ. ଫାରୁକ, ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, କସ୍ତୁରବା ମହାସଂଘର ସମ୍ପାଦିକା ଶର୍ମିଷ୍ଠା ଦାସ,ସମାଜସେବିକା ଅନ୍ନପୂର୍ଣ୍ଣା ସାହୁ, ମହେନ୍ଦ୍ର ପ୍ରସାଦ ପାଢୀ, ପ୍ରାଧ୍ୟାପକ ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ କସ୍ତୁରବାଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କସ୍ତୁରବା ମହାସଂଘର ସମସ୍ତ ସଦସ୍ୟା, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସୀତାକାନ୍ତ ଦାସ ଓ ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.