Home ଓଡ଼ିଶା କସ୍ତୁରବା ଗାନ୍ଧି ବାଳିକା ହଷ୍ଟେଲର ଠିକା କର୍ମଚାରୀ ଭୁବନେଶ୍ୱରରେ ଆନ୍ଦୋଳନରେ ଏପଟେ କୋରାପୁଟ ହଷ୍ଟେଲର ଜଣେ...

କସ୍ତୁରବା ଗାନ୍ଧି ବାଳିକା ହଷ୍ଟେଲର ଠିକା କର୍ମଚାରୀ ଭୁବନେଶ୍ୱରରେ ଆନ୍ଦୋଳନରେ ଏପଟେ କୋରାପୁଟ ହଷ୍ଟେଲର ଜଣେ ଗୁରୁତର ଛାତ୍ରୀ କୋରାପୁଟ ମେଡିକାଲରେ ଭର୍ତି

375

କୋରାପୁଟ ; ତା୨୦-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) କସ୍ତୁରବା ଗାନ୍ଧି ବାଳିକା ହଷ୍ଟେଲର ଠିକା କର୍ମଚାରୀମାନେ ଦାବି ହାସଲ କରିବାକୁ ଭୁବନେଶ୍ୱରରେ ଆନ୍ଦୋଳନ କରୁଥିବା ବେଳେ କୋରାପୁଟର ଜଣେ ଛାତ୍ରୀ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲାରେ ୧୪ ଗୋଟି କସ୍ତୁରବା ଗାନ୍ଧି ବାଳିକା ହଷ୍ଟେଲ ରହିଥିବା ବେଳେ ଓାର୍ଡେନ,  ମୁଖ୍ୟ ରୋଷେୟା ଓ ସହ ରୋଷେୟା, ପିଅନ ସମସ୍ତେ ୨୮ ତାରିଖରୁ ଛୁଟିରେ ଯାଇ ଭୁବନେଶ୍ୱରେ ଆନ୍ଦୋଳନ କରୁଛନ୍ତି।ପ୍ରତ୍ୟେକ ହଷ୍ଟେଲରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ୧୦୦ ଜଣ ଲେଖାଏଁ ଛାତ୍ରୀ ରହି ନିକଟସ୍ଥ ସ୍କୁଲରେ ପାଠ ପଢନ୍ତି।କିନ୍ତୁ ଠିକା କର୍ମଚାରୀ ନ ଥିବାରୁ ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି।ସକାଳେ ଭାତ ଖାଇ ସ୍କୁଲକୁ ଆସନ୍ତି କିନ୍ତୁ ରୋଷେୟା ନ ଥିବାରୁ ତାହା ହୋଇ ପାରୁ ନ ଥିବାରୁ ପିଲାମାନେ ଚୁଡା ଖାଇ ସ୍କୁଲକୁ ଆସୁଥିବା ଜଣାପଡିଛି।ସ୍କୁଲ ସରିବା ପରେ ପିଲାମାନେ ହଷ୍ଟେଲରେ ରାତ୍ରୀ ଭୋଜନ କରନ୍ତି କିନ୍ତୁ ତାହା ମଧ୍ୟ ହୋଇ ପାରୁ ନ ଥିବା ଜଣାପଡିଛି।କୋରାପୁଟର ପୂଜାରୀପୁଟରେ ଥିବା ହ ଷ୍ଟେଲରେ ମଧ୍ୟ ପିଲାମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ନଜର କରାଯାଇଛି।ସ୍କୁଲରୁ ଗଲା ପରେ ପିଲାମାନେ ସଂଧ୍ୟାରେ ଫେରିବାଲାଠାରୁ ଜଳଖିଆ କ୍ରୟ କରି ଖାଉଥିବା ଜଣାପଡିଛି।ଜଣେ ଫେରିବାଲାଠାରୁ ସିଙ୍ଗଡା ଖାଇ ୫ ଜଣ ଛାତ୍ରୀ ଗତକାଲି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କୁ ଡାକ୍ତରଙ୍କୁ ଦେଖାଇଥିଲେ।ଆଜି ଛାତ୍ରୀ ଅଂଚନା ବାଘ(୧୨ ବର୍ଷ) ଗୁରୁତର ହେବା ପରେ ସ୍କୁଲ କର୍ତୂପକ୍ଷ କୋରାପୁଟ ମେଡିକାଲକୁ ଆଣିଥିଲେ ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ମେଡିକାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।ଏହା ଜଣାପଡିବା ପରେ ଡାକ୍ତର ସ୍ମୃୁତିଜିତ ପଟନାୟକ ଓ କର୍ମଚାରୀମାନେ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟକୁ ଯାଇ ୪ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ବୋଲି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ ସୂଚନା ଦେଇଥିଲେ।୪ ଜଣ ଛାତ୍ରୀଙ୍କ ଅବସ୍ଥା ଭଲ ଥିବା ସେ ପ୍ରକାଶ କରିବା ସହ ଗୁରୁତର ଛାତ୍ରୀକୁ କୋରାପୁଟ ମେଡିକାଲରେ ସାଲାଇନ ଦିଆଯାଉଥିବା ସେ ସୂଚନା ଦେଇଥିଲେ ଏବଂ ସେ ଭଲ ଥିବା ସେ ପ୍ରକାଶ କରିଥିଲେ।୨୩ ଦିନ ହେଲାଣି ଛାତ୍ରୀମାନେ କିପରି ଚଳୁଛନ୍ତି ଓ ସେମାନଙ୍କର ସୁରକ୍ଷା ପ୍ରତି କଣ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ଦାୟିତ୍ୱ ଭୁଲିଗଲେଣି କି ! ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି।କୋରାପୁଟ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ କୋରାପୁଟ ଜିଲ୍ଲାର ୧୪ ଗୋଟି ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ଅବସ୍ଥା ସଂପର୍କରେ ଅନୂଶୀଳନ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.