Home ଜିଲ୍ଲା ପରିକ୍ରମା କଷଟି ଛୁରାମାଡ ଘଟଣା, ଆକ୍ସନ ମୁଡ୍‌ରେ ଭଦ୍ରକ ଏସ୍‌ପି ମନୋଜ ରାଉତ

କଷଟି ଛୁରାମାଡ ଘଟଣା, ଆକ୍ସନ ମୁଡ୍‌ରେ ଭଦ୍ରକ ଏସ୍‌ପି ମନୋଜ ରାଉତ

19

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା କୁବେରା ପଂଚାୟତ ଅଧୀନ କଷଟି ଗ୍ରାମରେ ଗୋ ଚାଲାଣକୁ ବିରୋଧ କରି ସନ୍ତୋଷ ପରିଡା (୪୦)ନାମକ ଜଣେ ଯୁବକ ସଂଖ୍ୟାଲଘୁ ଶ୍ରେଣୀର କିଛି ଗୋ ମାଫିଆଙ୍କ ଆକ୍ରମଣରେ ସଂକଟାପନ୍ନ ହୋଇ ଭୁବନେଶ୍ୱରସ୍ଥିତ ସମ୍ ହସ୍‌ପିଟାଲରେ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହି ଘଟଣାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। କିନ୍ତୁ ଉକ୍ତ ଘଟଣାକୁ ନେଇ ଏବେବି ଚାପା ଉତେଜନା ଲାଗି ରହିଛି। ତେବେ ମନୋଜ ରାଉତ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ ଭାବେ ଗତକାଲି ଦାୟିତ୍ୱ ନେବା ପରେ ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ôଧ କରି ଆଜି ଉକ୍ତ ଗ୍ରାମରେ ପହଂଚି ସ୍ଥାନୀୟ ଲୋକଙ୍କ ସହ ବିଚାର ବିମର୍ଶ କରିଛନ୍ତି। ଏବଂ ପୀଡିତ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ଉକ୍ତ ଘଟଣାରେ ଜଡିତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ କେତେକ ଗୋରୁ ବେପାରୀ ଗତ ଶୁକ୍ରବାର ମଧ୍ୟାହ୍ନରେ କଷଟି ଗ୍ରାମରୁ ଗୋରୁ ନେଇ ଗୁଜିଦରଡ଼ା ଗ୍ରାମକୁ ଯାଉଥିଲେ । ଭୂୟାଁବାଟିଟାଙ୍କି ଠାରେ କଷଟି ଗ୍ରାମର ସନ୍ତୋଷଙ୍କ ସମେତ କେତେକ ବ୍ୟକ୍ତିଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ପରେ ସେମାନେ ସନ୍ତୋଷଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ସନ୍ତୋଷଙ୍କ ପତ୍ନୀ ମିନତୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମକଦ୍ଦମା (ନଂ ୧୯୭/୨୫)ରୁଜୁ କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା ।ମାତ୍ର ପୋଲିସର ହସ୍ତକ୍ଷେପ ପରେ ଏହା ପ୍ରଶମିତ ହୋଇଥିଲା । ତେବେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସନ୍ତୋଷଙ୍କ ଅବସ୍ଥା ଉଦବେଗଜନକ ଥିବା ଏବଂ ସେ ଆଇସିୟୁରେ ରହିଥିବା ଖବର ମିଳିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଏହାକୁ ଲକ୍ଷ୍ୟ କରି ପଦକ୍ଷେପ ସ୍ୱରୂପ ସୋମବାର ଠାରୁ ୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.