Home ଜିଲ୍ଲା ପରିକ୍ରମା କଷଟି ଗ୍ରାମରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୨ଜଣ ଗିରଫ, ଗାଁରେ ପୁଲିସ ଛାଉଣି

କଷଟି ଗ୍ରାମରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୨ଜଣ ଗିରଫ, ଗାଁରେ ପୁଲିସ ଛାଉଣି

18

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା କୁବେରା ପଂଚାୟତ ଅଧୀନ କଷଟି ଗ୍ରାମରୁ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ବ୍ୟକ୍ତି ଗୋରୁ ନେଇ ଗୁଜିଦରଡ଼ା ଯାଉଥିବାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତି ଓ କେତେକ ହିନ୍ଦୁ ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ଆକ୍ରମଣରେ କଷଟି ଗ୍ରାମର ସନ୍ତୋଷ ପରିଡ଼ା (୪୦) ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଆଇସିୟୁରେ ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ଜଣାଯାଇଛି। ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁଲିସ ଛାଉଣି ହୋଇଛି। ତେବେ ଏହି ଘଟଣାକୁ ନେଇ ଉଭୟ ପକ୍ଷର ଏତଲା ମୂଳେ ତିହିଡ଼ି ପୁଲିସ ୨ଟି ମାମଲା ରୁଜୁ ହୋଇଥିଲା। ପୁଲିସ ସୋମବାର ଗୁଜିଦରଡ଼ା ଗ୍ରାମର ସେକ୍ କାଦ୍ରି ଓ ସେକ୍ ମୁଜାଫରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ମଧ୍ୟାହ୍ନରେ ସଂଖ୍ୟଲଘୁ ସମ୍ପ୍ରଦାୟର କେତେକ ଗୋରୁ ବେପାରୀ ଗୋରୁ ନେଇ ଗୁଜିଦରଡ଼ା ଅଭିମୁଖେ ଯାଉଥିଲେ। ଭୂୟାଁବାଟିଟଙ୍କି ନିକଟରେ କଷଟି ଗ୍ରାମର କେତେକ ଯୁବକ ଗୋରୁ ନେଇ ଯିବା ସମ୍ପର୍କରେ ତାଙ୍କୁ ପଚାରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ଏହି ଘଟଣାରେ ସନ୍ତୋଷ ଗୁରୁତର ଆହତ ହୋଇଥିଲେ। ଏ ସମ୍ପର୍କରେ ସନ୍ତୋଷଙ୍କ ପତ୍ନୀ ମିନତୀଙ୍କ ଅଭିଯୋଗ ମୂଳେ ପୁଲିସ ୧୯୭/୨୫ରେ ଏକ ମାମଲା ରୁଜୁ କରିଥିବା ବେଳେ ଗୁଜିଦରଡ଼ା ଗ୍ରାମର ସେଖ୍ ସମୀରୁଦ୍ଦୀନଙ୍କ ଏତଲା ମୂଳେ ପୁଲି ୧୯୮/୨୫ରେ ଅନ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.