Home ଜିଲ୍ଲା ପରିକ୍ରମା କଷଟିରୁ ଗୋରୁ ନେଇ ଯାଉଥିବା ବେଳେ ସଂଖ୍ୟାଲଘୁ ଓ ହିନ୍ଦୁଙ୍କ ମଧ୍ୟରେ ଗଣ୍ଡଗୋଳ, ଆକ୍ରମଣରେ ଯୁବକ...

କଷଟିରୁ ଗୋରୁ ନେଇ ଯାଉଥିବା ବେଳେ ସଂଖ୍ୟାଲଘୁ ଓ ହିନ୍ଦୁଙ୍କ ମଧ୍ୟରେ ଗଣ୍ଡଗୋଳ, ଆକ୍ରମଣରେ ଯୁବକ ଗୁରୁତର, ଉତେଜନା ପାଇଁ ପୁଲିସ ମୁତୟନ

7

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା କୁବେରା ପଂଚାୟତ ଅଧୀନ କଷଟି ଗ୍ରାମରୁ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ବ୍ୟକ୍ତି ଗୋରୁ ନେଇ ଗୁଜିଦରଡ଼ା ଯାଉଥିବାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତି ଓ କେତେକ ହିନ୍ଦୁ ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ଆକ୍ରମଣରେ କଷଟି ଗ୍ରାମର ସନ୍ତୋଷ ପରିଡ଼ା (୪୦) ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିବାରୁ କଷଟି ଗ୍ରାମରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଚାନ୍ଦବାଲି ଏସଡିପିଓ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ମଧ୍ୟାହ୍ନରେ ସଂଖ୍ୟଲଘୁ ସମ୍ପ୍ରଦାୟର କେତେକ ଗୋରୁ ବେପାରୀ ଗୋରୁ ନେଇ ଗୁଜିଦରଡ଼ା ଅଭିମୁଖେ ଯାଉଥିଲେ। ଭୂୟାଁବାଟିଟଙ୍କି ନିକଟରେ କଷଟି ଗ୍ରାମର କେତେକ ଯୁବକ ଗୋରୁ ନେଇ ଯିବା ସମ୍ପର୍କରେ ତାଙ୍କୁ ପଚାରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ଏହି ଘଟଣାରେ ସନ୍ତୋଷ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମକଦ୍ଦମା ହୋଇନଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.