Home ଜିଲ୍ଲା ପରିକ୍ରମା କଳ୍ପନା ଦେବୀ ଜରାନିବାସର ନୂତନ ଗୃହ ଉଦଘାଟିତ

କଳ୍ପନା ଦେବୀ ଜରାନିବାସର ନୂତନ ଗୃହ ଉଦଘାଟିତ

17

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୈସିଂ ଠାରେ ସ୍ଥାପିତ କଳ୍ପନାଦେବୀ ଜରାନିବାସର ନୂତନ ଗୃହର ଶୁଭ ଉଦ୍ଘାଟନ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଦ୍ୱାରା ହୋଇଯାଇଛି। ବରିଷ୍ଠ ଚିକିତ୍ସକ ଡାକ୍ତର ହରେକୃଷ୍ଣ ନାୟକଙ୍କ ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଷ୍ଠିତ ଏହି ଜରାନିବାସର ନୂତନ ଗୃହ ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ରାଉତରାଏ ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ କିଶୋର ମହାପାତ୍ର, ଡାକ୍ତର କାର୍ତିକ ଚନ୍ଦ୍ର ରାଉତ ଓ ଡାକ୍ତର ପ୍ରାଚୀ ମହାପାତ୍ର ଯୋଗଦେଇ ସମାଜର ଅବହେଳିତ ବୃଦ୍ଧ ଓ ବୃଦ୍ଧା ମାନଙ୍କ ପାଇଁ ଗ୍ରାମାଂଚଳରେ ସ୍ଥାପିତ ଏହି ଜରାନିବାସଟି ଏକ ଆଶା ଓ ବିଶ୍ୱାସର ଆଶ୍ରୟସ୍ଥଳ ବୋଲି ବର୍ଣ୍ଣନା କରିବା ସହିତ ଡାକ୍ତର ନାୟକଙ୍କ ଏହି ମହତ ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ। ଏହି ସମାରୋହରେ ସମାଜସେବୀ ସୁଧାକର ନାୟକ, ବିଜୟ ନାୟକ,ଧାମନଗର ବ୍ଳକ୍ ଚେୟାରମ୍ୟାନ ଅଶୋକ ନାୟକ, ଧର୍ମେନ୍ଦ୍ର ମଲ୍ଲିକ, ରୋଟାରିଆନ ଅଭିଜିତ ନାୟକ, ଇଂ ସୌମେନ୍ଦ୍ର ପ୍ରଧାନ, ପ୍ରଜ୍ଞା ପାରମିତା ପଟ୍ଟନାୟକ, ସ୍ୱାତୀ ସୁଚଚିତା ନାୟକ ,ସତ୍ୟେନ୍ଦୁ ରାୟ ମହାପାତ୍ର,ଡାକ୍ତର ବିକାଶ ନାରାୟଣ ନନ୍ଦ, ଅଞ୍ଜନା ମିଶ୍ର, ବେଦାନ୍ତ ପାୱାରର କର୍ମକର୍ତାଗଣ ପ୍ରମୁଖ ଶୁଭେଚ୍ଛୁମାନେ ଯୋଗଦେଇଥିଲେ। ନୂତନ ଗୃହନିର୍ମାଣରେ ଆର୍ôଥକ ସହଯୋଗ ନିମନ୍ତେ ବେଦାନ୍ତ କର୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ବଳରାମ ଦାଶ, ଚମ୍ପକଲତା ବେହେରା ଓ କୁମାର ଶୁଭମ୍ ଆୟୋଜନରେ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.