Home ଜିଲ୍ଲା ପରିକ୍ରମା କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ନର୍ସିଙ୍ଗ କଲେଜ ଉଦ୍ଘାଟିତ

କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ନର୍ସିଙ୍ଗ କଲେଜ ଉଦ୍ଘାଟିତ

15

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭଦ୍ରକ ମୋଟେଲ ଛକ ସ୍ଥିତ କଳ୍ପନା ଦେବୀ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ଓ ଶାରଦା କମଳା ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ପାଳନ ଅବସରରେ ମହାବିଦ୍ୟାଳୟ ପରିସରରେ ଭଦ୍ରକ ନର୍ସିଙ୍ଗ କଲେଜର ଶୁଭ ଉନ୍ମୋଚନ ହୋଇଛି କ୍ଷ ଆଇନ ଜୀବି ତଥା ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଡ.ମହେଶ ଚନ୍ଦ୍ର ରାୟ ଓ ମୁଖ୍‌ଯ ଅତିଥି ସମାଜ ସେବୀ ଅଜୟ ନାୟକ, ଭଦ୍ରକ ମହିଳା କଲେଜର ଅଧ୍ୟକ୍ଷ ଡ. ଅଭୟ ଦାସ ,ଅନୁଷ୍ଠାନର ସହଯୋଗୀ ନିର୍ଦ୍ଦେଶକ ଆଦର୍ଶ ପାଣିଗ୍ରାହୀ ଏବଂ ପଣ୍ଡିତ ନାରାୟଣ ଚନ୍ଦ୍ର ପଣ୍ଡାଙ୍କ କରକମଳରେ ଉଦ୍ଘାଟିତ ହୋଇ ଯାଇଛି କ୍ଷ ଶିକ୍ଷା ଓ ସେବା ବିଦ୍ୟାର୍ôଥମାନଙ୍କୁ ଉଚ୍ଚ କୋଟୀର ମଣିଷ ଭାବରେ ଗଢିଥାଏ, ସେଥିପାଇଁ ସଦ୍ ଗୁରୁଙ୍କ ଆଶ୍ରିତ ଓ ଗୁରୁଙ୍କ ଆଶୀର୍ବାଦ ଯେଉଁ ବିଦ୍ୟାର୍ଥୀ କୁ ପ୍ରାପ୍ତ ହୋଇଥାଏ ସେ ସଂସାର ର ଏକ ଶ୍ରେଷ୍ଠ ଉଦାହରଣ ହୋଇ ଉଭା ହୋଇଥାଏ ବୋଲି ଅତିଥି ମାନେ କହିଥିଲେ କ୍ଷ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ଡ. ମହେଶ ଚନ୍ଦ୍ର ରାୟ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସେମାନଙ୍କର ଅନୁଷ୍ଠାନ ପ୍ରତି ଓ ଅନ୍ତେବାସୀଙ୍କ ପ୍ରତି ଦାଇତ୍ୱ ବୋଧକ ପାଇଁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ କ୍ଷ ଅନୁଷ୍ଠାନର ସମ୍ପାଦକ ଇଂ ମାହେଶ୍ୱରୀ ରାୟ ମଞ୍ଚାସୀନ ଅତିଥି, ଉପସ୍ଥିତ ସାମ୍ବାଦିକ ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ଅନୁଷ୍ଠାନର ଅଧ୍ୟକ୍ଷ,ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ କ୍ଷ ଓଡ଼ିଆ ବିଭାଗର ଅଧ୍ୟାପକ ଶତୃଘ୍ନ ପତି ଶେଷରେ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.