Home ଜିଲ୍ଲା ପରିକ୍ରମା କଳିଙ୍ଗ କଳାକାର ସଂଘର ବାର୍ଷିକ ଉତ୍ସବ, ଆବେଦନକାରୀ କଳାକାରମାନଙ୍କୁ ଭତା ଦିଆଯିବାକୁ ସରକାର ଚିନ୍ତାକରୁଛନ୍ତି :ଜିଲ୍ଲାପାଳ

କଳିଙ୍ଗ କଳାକାର ସଂଘର ବାର୍ଷିକ ଉତ୍ସବ, ଆବେଦନକାରୀ କଳାକାରମାନଙ୍କୁ ଭତା ଦିଆଯିବାକୁ ସରକାର ଚିନ୍ତାକରୁଛନ୍ତି :ଜିଲ୍ଲାପାଳ

24

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି କଳିଙ୍ଗ କଳାକାର ସଂଘର ବାର୍ଷିକ ଉତ୍ସବ ସ୍ଥାନୀୟ ମନ୍ଦୋଦରୀ କଲ୍ୟାଣ ମଣ୍ଡପରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।ଏହିଅବସରରେ ସଂଘର ସଭାପତି ବିଭୂତି ଭୂଷଣ ଗ୍ରହା ଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭତା ପାଇଁ ଆବେଦନ କରିଥିବା କଳାକାରଙ୍କ କଥା ସରକାର ଚିନ୍ତା କରୁଛନ୍ତି ବୋଲି କହିବାସହ କଳାକାର ମାନେ ଦୁଃଖ ବାଂଟି ସୁଖ ପାଇଥାନ୍ତି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ନାଟ୍ୟକାର ଓ ସ୍ତମ୍ଭକାର ବିଜୟ ଦାସ ଯୋଗଦେଇ କଳାକାରଟିଏ ନିଜ ଦୁଃଖକୁ ଭୁଲି ଅନ୍ୟକୁ ଆନନ୍ଦ ଦେଇଥାଏ ବୋଲି କହିଥିଲେ।ବରେଣ୍ୟ ଅତିଥିଭାବେ ବିଡ଼ିଓ ନିରଞ୍ଜନ ବାରିକ ଯୋଗଦେଇ ସଂଘ ମାଧ୍ୟମରେ କଳାକାର ନିଜର ସମସ୍ୟାକୁ ଦୂର କରିପାରେ।ପ୍ରତିଭା ସମ୍ପନ୍ନ ନହେଲେ କଳାରେ ପ୍ରତିଷ୍ଠା ପାଇବା ସମ୍ଭବ ନୁହେଁ ବୋଲି କହିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ଲୋକନାଟ୍ୟ ମୋଗଲ ତାମସା ପାଇଁ ଗୌରାଙ୍ଗ ଚନ୍ଦ୍ର ବାରିକ, ବିଶିଷ୍ଟ ପାଲା ଗାୟକ ଗଣେଶ ଦାସ, ହାସ୍ୟ ଅଭିନେତା ଭାବେ କୁଳମଣି ସାବତ,ସଂକୀର୍ତନ ପାଇଁ ନିରଞ୍ଜନ ଦାସ ଓ ଦୁର୍ଗାଚରଣ ନାୟକ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ବସନ୍ତ କୁମାର ଦାସ, ଉପେନ୍ଦ୍ର ସାହୁ, ଜଗବନ୍ଧୁ ମହାନ୍ତି, ଇନ୍ଦ୍ରମଣି ଗାହାଣ, ନାରାୟଣ ଦେବ, ରତିକାନ୍ତ ସାହୁ, ବାବାଜୀ ଦାସ, ଶଶୀକାନ୍ତ ବେହେରା,ଗୟାଧର ମଣ୍ଡଳ,ବୀରେନ୍ଦ୍ର ପାଣ୍ଡବ, ହରିହର ମହାଳିକ, ସନାତନ ସାହୁ, ପ୍ରଫୁଲ୍ଲ ନାୟକ, ହରେକୃଷ୍ଣ ପଣ୍ଡା, ଅମୂଲ୍ୟ ବେହେରା, ରବୀନ୍ଦ୍ର ଜେନା ,ପ୍ରତାପ ନାୟକ,ବିକାଶ ସେନାପତି ,ନାରାୟଣ ପରିଡା,ଗୟାଧର ସେଠୀ,ସ୍ୱର୍ଣ୍ଣ ଲତା ପୁହାଣ,ତିଲୋତମା ସାହୁ,ତପୋଇ ରାଉଳ,କମଳିନୀ ବାରିକ,ପ୍ରିୟଙ୍କା ବାରିକ,ଅନୁସୟା ପୁହାଣ ପ୍ରମୁଖଙ୍କ ସମେତ ଶତାଧିକ କଳାକାର ଯୋଗଦେଇଥିଲେ । ପ୍ରାରମ୍ଭରେ ଜ୍ୟୋତ୍ସା ରାଣୀ ରାଉତ ,ନର୍ମଦା ସାହୁ,ପୂଜାରିଣୀ ବେହେରା,ଶରତ ସାହୁ,ଭରତ ସାହୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଓ ପ୍ରିୟଙ୍କା ପ୍ରିୟଦର୍ଶନୀ ବାରିକ,ବର୍ଷାରାଣୀ ଦାସ,ମଧୁସ୍ମିତା ମହାଳିକ,ସୁକନ୍ୟା ସେଠୀ, ଆରାଧନା ସେଠୀ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ଉପ ସଭାପତି ବାବୁରାମ ରାଉତ ବିବରଣୀ ପାଠ କରିଥିଲେ । ସମ୍ପାଦକ ମନମୋହନ ସାହୁ ଅତିଥି ପରିଚୟ, ଅବସରପ୍ରାପ୍ତ ଅଧ୍ୟାପକ ହେମନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଏବଂ ସାଧାରଣ ସମ୍ପାଦକ ସୁରେନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ । ଭରତ ଚନ୍ଦ୍ର ସାହୁ, ରାମଚନ୍ଦ୍ର ଜେନା, ଶଶିକାନ୍ତ ଜେନା, ନୀଳାମ୍ବର ସେଠୀ ପ୍ରମୁଖ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.