Home ଓଡ଼ିଶା କଳିଙ୍ଗା ଘାଟିରେ ଖଲି ବୋଝେଇ ଟ୍ରକ ଓଲଟିଲା

କଳିଙ୍ଗା ଘାଟିରେ ଖଲି ବୋଝେଇ ଟ୍ରକ ଓଲଟିଲା

93

ବାଲିଗୁଡା, ୧୧/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମରଣ ଯନ୍ତା ରୂପେ ପରିଚିତ କଳିଙ୍ଗା ଘାଟିରେ ଦୁର୍ଘଟଣା କମିବାର ନାମ ଧରୁନି। ଗଲା କିଛି ଦିନ ଧରି ଗଂଜାମ-କନ୍ଧମାଳ ସୀମାନ୍ତ ରେ ଥିବା ଏହି ଘାଟିରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟିଚାଲିଛି। ଗୁରୁବାର ମଧ୍ୟାହ୍ନ ସମୟରେ ଏକ ଖଲି ବୋଝେଇ ଟ୍ରକ ମୁନିଗୁଡ଼ା ରୁ ଖଲ୍ଲିକୋଟ ଯାଉଥିବା ସମୟରେ ଗଂଜାମ – କନ୍ଧମାଳ ଜିଲ୍ଲା ସୀମାନ୍ତ ଅନ୍ଧରକୋଟ ନିକଟରେ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ଟ୍ରକ ଟି ଘାଟି ତଳକୁ ଓହ୍ଲାଉଥିବା ବେଳେ ଅନ୍ଧରକୋଟ ନିକଟରେ ଟ୍ରକର ବ୍ରେକ ଫେଲ ହେବାରୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଟ୍ରକଟି ରାସ୍ତା କଡରେ ଥିବା ଏକ କଲଭଟ ତଳକୁ ଖସି ଯାଇଥିଲା। ଦୁର୍ଘଟଣାରେ ଉଭୟ ଡ୍ରାଇଭର ଓ ହେଲ୍ପର ଆହତ ହୋଇ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.