Home କୋରାପୁଟ କଳିଙ୍ଗନଗର ଗୁଳିକାଣ୍ଡରେ ମୃତ ଆଦିବାସୀଙ୍କୁ ଶ୍ରଦ୍ଧାଞ୍ଜଳି

କଳିଙ୍ଗନଗର ଗୁଳିକାଣ୍ଡରେ ମୃତ ଆଦିବାସୀଙ୍କୁ ଶ୍ରଦ୍ଧାଞ୍ଜଳି

19

କୋରାପୁଟ ୦୨-୦୧ (ଓଡିଆ ପୁଅ/ ରଂଜନ ଦାସ) ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଆନ୍ଦୋଳନ କରୁଥିବା ସମୟରେ ଘଟିଥିବା ଗୁଳିକାଣ୍ଡରେ ମୃତ ୧୫ ଆଦିବାସୀଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।କଂଗ୍ରେସ ବିଧାୟକ ପ୍ରାର୍ଥୀ କଷ୍ଣ କୁଳଦୀପ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଓ ନିମାଇଁ ସରକାର, ସାଂସଦ ପ୍ରତିନିଧି ବାବୁଲା ବେନ୍ୟା, କଂଗ୍ରେସ ନେତା ରୂପକ ତୁରୁକ, ପୂର୍ବତନ ନଗରପାଳ ଭଗବାନ ବାହିନୀପତି ଓ ଅନ୍ୟମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସି ମୃତ ଆଦିବାସୀ ମହିଳା ଓ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.