Home ଜିଲ୍ଲା ପରିକ୍ରମା କଳା ସଂସ୍କୃତିକୁ ବଜାୟ ରଖିଛି ଭଟସାହି ପଂଚାୟତ ଶ୍ରୀ ସତ୍ୟ ନାରାୟଣ ପୂଜା କମିଟି

କଳା ସଂସ୍କୃତିକୁ ବଜାୟ ରଖିଛି ଭଟସାହି ପଂଚାୟତ ଶ୍ରୀ ସତ୍ୟ ନାରାୟଣ ପୂଜା କମିଟି

23

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଟ ସାହି ପଂଚାୟତ ଶ୍ରୀ ସତ୍ୟ ନାରାୟଣ ପୂଜା କମିଟି ଭଟ ସାହି ନଡ଼ିଆ ବାଗ୍ ଚଡ଼କ ମରା ପଡିଆ ଠାରେ ଦିର୍ଘ ୧୯୧ ବର୍ଷ ଧରି ଅକ୍ଷି ତୃତୀୟା ଅବସରରେ ଓଡ଼ିଶାର ପ୍ରାଚୀନ ଲୋକ କଳା ବାଦିପାଲାଗ ଆୟୋଜନ କରାଯାଇ ପୁରୁଣା କଳା ସଂସ୍କୃତିର ପ୍ରଚାର ପ୍ରସାର ସହିତ ପରବର୍ତୀ ପିଢ଼ି ପାଇଁ ଏହାକୁ ଜୀବନ୍ତ ରଖିବା ନିମନ୍ତେ ବହୁ ବିଶିଷ୍ଟ ପାଲା ଗାୟକଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇ ଆସୁଛି। ଗାୟକଙ୍କର ସୁମଧୁର ସ୍ୱରକୁ ମୃଦଙ୍ଗରେ ତାଳ ଦେଇଥିଲେ ବାୟକ, ଶ୍ରୀପାଳିଆ ଗାୟକ ଙ୍କ ସ୍ୱରକୁ ଶେଷ ଅଂଶ ରେ ଗାନ କରି ଅନ୍ୟ ପାଳିଆ ଭାଇଙ୍କର ସହାୟତା ନେଇଥିଲେ । ସବୁ ପାଳିଆଙ୍କ ହାତରେ ଥିଲା ଝାଞ୍ଜ । ସମୟ ସମୟରେ ଦାସକାଠିଆରେ ବ୍ୟବହୃତ ଦାସକାଠି ମଧ୍ୟ ବ୍ୟବହୃତ ହେଇଥିଲା। ଗାୟକ ଚାମର ସହ ଗିନିରେ ମଙ୍ଗଳାଚରଣ କରି ପରିବେଶର ମାହୋଲ୍ ପରିବର୍ତନ କରୁଥିଲା ଓ ଭିନ୍ନ ଭିନ୍ନ ସ୍ଥାନରୁ ସୁପ୍ରତିଷ୍ଠିତ ଗାୟକତଥା ପ୍ରଫୁଲ୍ଲ ଆଚାର୍ଯ୍ୟ, ବସନ୍ତ କୁମାର ମହାରଣା ଙ୍କ ସୁମଧୁର ଲଳିତ ସ୍ୱରରେ ଯେଉଁ ଶବ୍ଦ ସଂଯୋଜନା କରାଯାଇଥିଲା ତାହା ଶ୍ରୋତାମାନଙ୍କୁ ରାଦ ବିହ୍ୱଳିତ କରିଥିଲା ଓ ପ୍ରସଙ୍ଗକ୍ରମେ ପାଳିଆମାନେ ମଧ୍ୟ ଓଢ଼ଣି ମୁଣ୍ଡରେ ପକାଇ ସୁନ୍ଦର ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ ଓ ପାଳିଆମାନଙ୍କ ମଧ୍ୟରୁ ଜଣେ ହାସ୍ୟରସିକ ଆଉ ଜଣେ ବିଷୟବସ୍ତୁ ପ୍ରତି ଗୁରୁତ୍ୱାରୋପ କରିବା ପାଇଁ ଥିଲେ । ବିଭିନ୍ନ ମନୋବୃତି ଲୋକେ ସମାଜରେ ଥାଆନ୍ତି। କେହି କେହି ହାସ୍ୟରସ ଶୁଣିବା ପାଇଁ ଆଗ୍ରହୀ ଥାଆନ୍ତି ଓ କେତେକ ସଙ୍ଗୀତ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ସମାଜର ରୁଚିକୁ ଦୃଷ୍ଟିରେ ରଖ୍ ମଣ୍ଡପରେ ଆଧୁନିକ ନୃତ୍ୟ, ଓଡ଼ିଶୀ ନୃତ୍ୟ, ଉଦ୍ରେକକାରୀ ଗଳ୍ପ ପରିବେଷଣ କରାଯାଇଥିଲା । ଉକ୍ତ ବାଦି ପାଲାର ଆୟୋଜନ ଦୟାନିଧୂ ମିଶ୍ରଙ୍କ ପରିଚାଳନାରେ ହୋଇଥିଲା । ଏହା ଛଡ଼ା ସତ୍ୟ ନାରାୟଣ ପାଲା । କମିଟିର ସଦସ୍ୟ ଗଣ ତଥା ସଭାପତି ଅଭିରାମ ମିଶ୍ର, ସମ୍ପାଦକ ଶରତ ବେହେରା, ହୃଷିକେଶ ମିଶ୍ର, ଶ୍ୟାମସୁନ୍ଦର ଉପଦେଷ୍ଟା, ଭଟସାହି ସରପଂଚ ସୀତାକାନ୍ତ ମିଶ୍ର, ଦୁଃଶାସନ ମାଝୀ, ଝରଣା ମାଝୀ, ନଦିଗାଁ ସରପଞ୍ଚ ନିରଞ୍ଜନ ମାଝୀ ପ୍ରମୁଖ ସହାୟତା ସହଯୋଗ ପ୍ରଦାନ କରିଥିଲେ। ଦୁଇ ପଂଚାୟତ ର ବହୁ ପାଲା ପ୍ରେମୀ ଉପସ୍ଥିତ ରହି ପାଲା କୁ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.