Home କଳାହାଣ୍ଡି କଳାହାଣ୍ଡି ରାଜନୀତିରେ ଛକାପଞ୍ଝା; ବିଜେଡିର କଳେବର ବୃଦ୍ଧି, ବିଜେପି ସ୍ଥାଣୁ, ସ୍ଥିତି ଖୋଜୁଛି କଂଗ୍ରେସ

କଳାହାଣ୍ଡି ରାଜନୀତିରେ ଛକାପଞ୍ଝା; ବିଜେଡିର କଳେବର ବୃଦ୍ଧି, ବିଜେପି ସ୍ଥାଣୁ, ସ୍ଥିତି ଖୋଜୁଛି କଂଗ୍ରେସ

83

କଳାହାଣ୍ଡି,-ତା.୨୬.୧୨.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ଯଦିଓ ସରକାରୀ ସ୍ତରରେ ପଂଚାୟତ ନିର୍ବାଚନ ସଂପର୍କୀୟ ବିଧିବଦ୍ଧ ନୋଟିଫିକେସନ ହୋଇନାହିଁ ତଥାପି ସମଗ୍ର ଜିଲ୍ଲାରେ ତିନି ପ୍ରମୂଖ ରାଜନୈତିକ ଦଳ ଗୁଡିକ କ୍ରମଶଃ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ନିକଟତର ହେବାକୁ ଲାଗିପଡିଛନ୍ତି । ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନକୁ ଆଗାମୀ ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି ବିବେଚନା କରାଯାଉଥିବା ବେଳେ ଗତ ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡି ମାତ୍ର ଗୋଟିଏ ଜିଲ୍ଲାପରିଷଦ ଆସନ ହାସଲ କରିବାରେ ସକ୍ଷମ ହୋଇପାରିଲା ସେଭଲି ପରିସ୍ଥିତି ଯେପରି ଆଗାମୀ ପଂଚାୟତ ନିର୍ବାଚନରେ ଦଳକୁ ଭୋଗିବାକ ନପଡେ ସେଥିପାଇଁ ବିଜେଡି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖାଯାଉଛି । ଅନ୍ୟ ପକ୍ଷରେ ନିକଟ ଅତୀତରେ ବହୁଚର୍ଚ୍ଚିତ ମହାଲିଙ୍ଗ ଘଟଣା ହେଉ କିମ୍ବା ପାରମ୍ପରିକ ଅଭାବୀ ଧାନ ବିକ୍ରୀ ହେଉ କିମ୍ବା ବିଭିନ୍ନ ଯୋଜନାରେ ଦୁର୍ନୀତି ହେଉ ସେସବୁକୁ ମାତ ଦେବା ଲାଗି ଶାସକ ବିଜେଡି ପକ୍ଷରୁ ଯୋରସୋର ଉଦ୍ୟମ ଜାରି ରହିଥିବା ଦେଖା ଯାଉଛି । ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସ୍ୱାସ୍ଥ୍ର‌୍ୟ ମନ୍ତ୍ରୀ ନବ ଦାଶଙ୍କ ବାରମ୍ବାର କଳାହାଣ୍ଡି ଗସ୍ତକରି କର୍ମୀମାନଙ୍କୁ ଉତ୍ସାହିତ କରିବା ଦେଖାଯାଉଛି । ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦୁ ସିଂଦେଓଙ୍କ ଓ କାର୍ଯ୍ୟକାରୀ ସଭାପତି ଗୃହରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ତଥା ସମସ୍ତ ବିଧାୟକ ଏବଂ ଦଳୀୟ କାର୍ଯ୍ୟକର୍ତା ଏବଂ ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତା ମାନେ ସମସ୍ତ ଗ୍ରାମପଂଚାୟତ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ଲୋକ ମାନଙ୍କ ନିକଟତର ହେବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ସଂପର୍କରେ ଲୋକଙ୍କୁ ଅବଗତ କରାଉଥିବା ଦେଖାଯାଉଛି । ସେହିପରି ସରକାରୀ ସ୍ତରରେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦିଆଯାଇ ସେସବୁ ବିଜେଡି ସରକାର ହିଁ ଦେଉଥିବା ପ୍ରଚାର ହେଉଥିବା ଜଣାପଡିଛି ।
ସେହିପରି ବିରୋଧି ବିଜେପି ଦଳର ଛାମୁଆ ନେତା ଓ କର୍ମୀ ଏବଂ କଂଗ୍ରେସ ଦଳର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଓ ଗୋବର୍ଦ୍ଧନ ନାଏକ ଏବଂ ପ୍ରାର୍ôଥ ଚିତରଂଜନ ମଣ୍ଡଳ ସମେତ ବିଭିନ୍ନ ଅଂଚଳରୁ ଅନେକ କର୍ମୀଙ୍କୁ  ବିଜେଡିରେ ସାମିଲ କରାଯାଇଛି ।  ଏପରିକି ମୂଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ବିବେଚନା କରାଯାଉଥିବା ବିଜେପି ତଥା କଂଗ୍ରେସର ବହୁ ନେତାଙ୍କୁ ଆଗାମୀ ଦିନରେ ବିଜେଡିରେ ସାମିଲ କରାଯିବାର ଯୋଜନା କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ବିଗତ ଦିନରେ କଂଗ୍ରେସ ଦଳର ସ୍ଥିତି ବିଜେଡି ପକ୍ଷରେ ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନକୁ ଲୋକଲୋଚନ ସାମନାରେ ପ୍ରତିପାଦନ କରିବା ରେ ଜିଲ୍ଲା ବିଜେପି ବିଫଳ ହୋଇଥିବା ଦେଖାଯାଉଛି । ଏପରିକି ପୁରୁଖା କର୍ମୀ ମାନଙ୍କୁ ଉଚିତ ମାନ୍ୟତା ଦିଆଯାଉନଥିବା ଏବଂ ସଂଗଠନ ପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ କରି ଅନେକ ବିଜେପି ନେତା କର୍ମୀ ଦଳ ଛାଡିଥିବା ବେଳେ ଆଉ କେତେକ ଦଳ ଛାଡିବାକୁ ଗୋଡଟେକି ବସିଥିବା ଜଣାପଡିଛି । ଏପରିକି ବହୁ ବିଜେପି ପ୍ରେମୀଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିବା କିମ୍ବା ବହୁ ପୁରୁଖା ନେତା ଓ ବୁଦ୍ଧିଜୀବିଙ୍କୁ ଅଣଦେଖା କରାଯାଉଥିବା ହେତୁ ଅନେକେ ଚୁପ ରହୁଥିବା ଦେଖାଯାଉଛି । ଜିଲ୍ଲାର ଏକମାତ୍ର ନିର୍ବାଚିତ ପ୍ରତିନିଧି ଭାବେ କଳାହାଣ୍ଡି ଏମପି ବସନ୍ତ କୁମାର ପଣ୍ଡା କେବଳ ନୂଆପଡା ନିର୍ବାଚନ ମଣ୍ଡଳୀ ପ୍ରତି ଅଧିକ ଫୋକସ କରୁଥିବା କର୍ମୀ ମହଲରେ ଅଲୋଚନା ହେଉଛି । ସତେ ଯେପରି ନିଜର ରାଜନୈତିକ ସ୍ଥିତି ବଜାୟ ରଖିିବାକୁ ହିଁ ବିଗତ ପଂଚାୟତ ନିର୍ବାଚନ ସମୟରୁ କଳାହାଣ୍ଡି ଲୋକସଭା ଆସନ ଉପରେ ନଜର ରଖି ରାଜ୍ୟ ସଭାପତି ଭଲି କ୍ଷମତା ପ୍ରୟୋଗ କରି ଲୋକସଭା ଟିକଟ ହାତେଇଥିବା ଏବଂ କେବଳ ନିଜ ନିର୍ବାଚନ ପ୍ରତି ହିଁ ଧ୍ୟାନ ଦେଇ କୌଣସି ବିଧାୟକଙ୍କୁ ଜିତାଇ ପାରିନଥିବା ଦୁର୍ବଳ ନେତୃତ୍ୱ ର ସୂଚନା ମିଳୁଥିବା କର୍ମୀ ମହଲରେ ଆଲୋଚନା ହେଉଛି । ଏହାଛଡା କର୍ମୀ କିମ୍ବା ବିଜେପି ଶୁଭେଚ୍ଛୁ ମାନଙ୍କୁ ସାଂସଦ ଶ୍ରୀ ପଣ୍ଡା ଖୋଲାଖୋଲି ଭାବେ ଗାଳିଗୁଲଜ କରୁଥିବା କୁହାଯାଉଛି । ଅନେକ ପୁରୁଖା ଓ ଉତ୍ସର୍ଗୀକୃତ ନେତାଙ୍କୁ ଅବହେଳା କରି ନିଜ ମନପସନ୍ଦର ଦେବେନ୍ଦ୍ର ମହାନ୍ତିଙ୍କୁ ଜିଲ୍ଲା ସଭାପତି ଚୟନ କରାଇବା, କେବଳ ନିଜ ସଂପର୍କୀୟ ମାନଙ୍କୁ ହିଁ ଗୁରୁତ୍ୱ ଦେଇ କର୍ମୀ ମାନଙ୍କୁ ତଥା ସଂଗଠନକୁ ଅବହେଲା କରିବା, କେବଳ ନୂଆପଡା ବିଧାନସଭା କ୍ଷେତ୍ରରେ ନିଜକୁ ସୀମିତ ରଖିବା, ନୂଆପଡାରେ ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେଡି ବିଧାୟକ ଙ୍କୁ ଟକ୍କର ଦେଇ ନିଜ ଉତରାଧିକାରୀଙ୍କ ପାଇଁ ରାସ୍ତା ସଫା କରିବା ଯୋଜନା କରିବା ଭଲି ସାଂସଦଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ହେଉଥିବା ହେତୁ ସାଂସଦଙ୍କ ବିଜେଡି ପ୍ରିତି ବୋଲି ମଧ୍ୟ କେହି କେହି କୁହାକୁହି ହେଉଥିବା ଶୁଣାଯାଉଛି । ବିରୋଧିଦଳ ନେତା ସଦର ବିଧାୟକ ପ୍ରଦୀପ ନାଏକଙ୍କ ସ୍ୱାସ୍ଥ୍ୟଗତ କାରଣରୁ ଦଳୀୟ ନେତୃତ୍ୱ ନେବାରେ ଅକ୍ଷମ ହୋଇପଡିଥିବା ହେତୁ ଏବଂ ସାଂସଦଙ୍କ ଦୁର୍ବଳ ନେତୃତ୍ୱ ଯୋଗୁଁ ବିଜେପି ଜିଲ୍ଲାରେ କ୍ରମଶଃ ଦୁର୍ବଳ ହେବାକୁ ଲାଗିଥିବା ରାଜନୈତିକ ବିଶେଷଜ୍ଞ ମାନଙ୍କ ମହଲରେ ଆଲୋଚନା ହେଉଛି । ଆଗାମୀ ଦିନରେ ନିଜ ସ୍ଥିତି ପାଇଁ ସାଂସଦ ବିଜେଡି ମୁହାଁ ହୋଇପାରନ୍ତି ବୋଲି ନିକଟତମ ମହଲରେ ଆଲୋଚନା ହେଉଛି ।
ସେହିପରି ଜିଲ୍ଲାରେ ଏକପ୍ରକାର ସୁପ୍ତ ଥିବା କଂଗ୍ରେସ ଦଳ ମହାଲିଙ୍ଗ ଇସ୍ୟୁ ପରେ ହଠାତ ଚେଇ ଉଠିଥିବା ଭଲି ଦେଖାଯାଉଛି । କେବଳ ନାମକୁ ମାତ୍ର କିଛି କାର୍ଯ୍ୟକର୍ତାରେ ସୀମିତ ଥିବା କଂଗ୍ରେସ ଦଳ ଅନେକ ପୁରୁଖା ନେତା ତଥା ପୂର୍ବତନ ବିଧାୟକ ମାନେ ଦଳ ଛାଡିଥିଲେହେଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଜିଲ୍ଲାରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛି । ଦୀର୍ଘ ଦିନ ହେବ ଜିଲ୍ଲା କଂଗ୍ରେସରେ ଆଉ ପୁରୁଖା ନେତା ଦେଖାଯାଉନଥିବା ବେଳେ ଅନେକେ ଦଳ ଚାଡିଥିବା ବେଳେ ଯେଉଁମାନେ ଅଛନ୍ତି ପ୍ରାୟତଃ ଆଉ ମୂଖ୍ୟ ସ୍ରୋତରେ ନଥିବା ଭଲି ଜଣାପଡୁଛି । ଭକ୍ତ ଦାସ ଯୋଗ ଦେବାପରେ କଂଗ୍ରେସ ଦଳ ଏକପ୍ରକାର ଭକ୍ତଦାସଙ୍କ ନେତୃତ୍ୱ ଅଧିନକୁ ଆସିଯାଇଥିବା ବେଳେ ବର୍ତମାନ ଜିଲ୍ଲାରେ ସ୍ଥିତି ଯୋଗାଡ କରିବାରେ ଲାଗିପଡିଥିବା ରାଜନୈତିକ ବିଶେଷଜ୍ଞ ମାନଙ୍କ ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି । ଇତିମଧ୍ୟରେ ସମଗ୍ର ଜିଲ୍ଲାରେ କଂଗ୍ରେସ ପକ୍ଷରୁ ସଭାସମିତି ଆୟୋଜନ କରି କର୍ମୀ ମାନଙ୍କୁ ଉତ୍ସାହିତ କରାଯାଉଥିବା ବେଳେ କେନ୍ଦ୍ରୀୟ ଚର୍ଚ୍ଚିତ ଚେହେରା ମାନଙ୍କୁ ଅଣାଯାଇ ଲୋକମାନସରେ ପୁନଃ ଆସ୍ଥାନ ଜମାଇବା ଲାଗି ଉଦ୍ୟମ କରୁଥିବା ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.