Home ଅପରାଧ କଳାହାଣ୍ଡି ପୋଲିସ ଦ୍ୱାରା ଆନ୍ତରାଜ୍ୟ ଚାଲାଣ ହେଉଥିବା୧୬୬.୩ କେଜି ଗଂଜେଇ ଜବତ

କଳାହାଣ୍ଡି ପୋଲିସ ଦ୍ୱାରା ଆନ୍ତରାଜ୍ୟ ଚାଲାଣ ହେଉଥିବା୧୬୬.୩ କେଜି ଗଂଜେଇ ଜବତ

82

କଳାହାଣ୍ଡି, ତା.୨୬.୦୬.୨୦୨୧ (ଓଡିଆପୁଅ) ଜାତୀୟ ରାଜପଥ-୨୬ କୁ ଚୋରା ବେପାରୀ ସୁଗମ୍ୟ ପଥ ବୋଲି ବିବେଚନା କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ ଦ୍ୱାରା ଶାଢୀ ପାକେଟ ଭିତରେ ଗଂଜେଇ ଚାଲାଣ କରୁଥିବା ଅବସ୍ଥାରେ ଜବତ କରାଯାଇଛି ।
ମାଲକାନଗିରି ଜିଲ୍ଲାରୁ ଗଂଜେଇକୁ ପଲିଥିନ ପାକେଟ କରାଯାଇ ଶାଢୀ ଭିତରେ ପ୍ୟାକିଂ କରାଯାଇ ଶାଢୀ ବେପାର କରୁଥିବା ଭ୍ରମ ସୃଷ୍ଟି କରିବା ଶୈଳୀରେ ୧୬୬ କେଜି୩୧୪ ଗ୍ରାମ ଗଂଜେଇ ବିହାର ର ଛାପ୍ରା ଜିଲ୍ଲାକୁ ଚାଲାଣ କରାଯାଉଥିବା ବେଳେ କେସିଙ୍ଗା ପୋଲିସ ଜବତ କରିଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକଙ୍କ ସୂତ୍ରରୁ ପ୍ରକାଶ ।
ଏସଂପର୍କରେ କେସିଙ୍ଗା ଥାନା କେଶନଂ.୨୬୭ ତା.୧୭.୦୭.୨୦୨୧ ଏନଡିପିଏସ ଆଇନ ଧାରା ୨୦ (ବି) (ସି) ରେ ଏକ ମାମଲା ରୁଜ୍ଜୁ କରାଯାଇ ସଂପୃକ୍ତ ବୋଲେରୋ ଜେଏଚ ୦୫-ଏକ୍ସ ୬୨୬୩ ସମେତ ଚୋରା ଚାଲଣକାରୀ ଅଭିଯୁକ୍ତ ବିହାର ଶରନ ଜିଲ୍ଲାର ମହମ୍ମଦ ଟିପୁ ସୁଲତନା (୨୨), ମନସୁର ଆଲାମ (୨୦) ଓ ଉତର ପ୍ରଦେଶ ବାଲ୍ଲା ଜିଲ୍ଲାର ଅଂଜୁ ସୋନି (୨୯) କୁ ଗିରଫ କରାଯାଇଥିବା ପୋଲିସ ସୂ୬ଥରୁ ପ୍ରକାଶ । ଏଥିସହ ଅଭିଯୁକ୍ତର ପାନକାର୍ଡ, ଆଧାରକାର୍ଡ, ମୋବାଇଲ,ଭ୍ୟାନିଟୀ ବେଗ, ନଗଦ ୧୫୭୦/- ଟଙ୍କା ଜବତ କରାଯାଇଥିବା ଜଣାପଡିଛି । ଏସଂପର୍କରେ ଅଧିକ ତଦନ୍ତ ଜାରିରହିଥିବା ଏସପିଙ୍କ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.