Home ଓଡ଼ିଶା କଳାହାଣ୍ଡିର ୩ ଡେଙ୍ଗୁ ରୋଗୀ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି

କଳାହାଣ୍ଡିର ୩ ଡେଙ୍ଗୁ ରୋଗୀ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି

142

କୋରାପୁଟ ; ତା୧୭-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କଳାହାଣ୍ଡି ଜିଲ୍ଲାର ୩ ଜଣ ଡେଙ୍ଗୁ ରୋଗୀ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି।କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କୋକସରା ବ୍ଲକର ଲଡୁଗାଁର ୩ ଜଣ ରୋଗୀ ଡେଙ୍ଗୁ ରୋଗରେ ଆକ୍ରନ୍ତ ହୋଇ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି ହୋଇଥିବା ଜଣାପଡିଛି।ଲଡୁଗାଁର ଦେବରାଜ ମହାନନ୍ଦଙ୍କ ୧୩ ବର୍ଷର ପୁତ୍ର ଜଗନ ମହାନନ୍ଦ, ଅନନ୍ତ ମହାନନ୍ଦଙ୍କ ୧୦ ବର୍ଷର କନ୍ୟା ଖୁସବୁ ମହାନନ୍ଦ ଗତ ୧୫ ତାରିଖରେ କୋରାପୁଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି।ଶଯ୍ୟା ଅଭାବରୁ ଖୁସବୁ ତଳେ ରହିଥିବା ଦେଖିବାକୁ ମିଳିଥିଲା।ଆଜି ଲଡୁଗାଁର ୫୫ ବର୍ଷର ଚୈତନ୍ୟ ରାଉତ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ କୋରାପୁଟ ଡାକ୍ତରଖାନାର ସ୍ୱତନ୍ତ ଓାର୍ଡରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି।ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ରୋଗୀ ରହିଥିବା ନିକଟରେ କୁଢ କୂଢ ମଇଲା ଜମା ହୋଇଥିବା ଦେଖିବାକୁ ମିଳିଥିଲା।

ଜ୍ୱର ହେବା ପରେ ରକ୍ତ ନମୁନା ମ୍ୟାଲେରିଆ ନିମନ୍ତେ ଲଡୁଗାଁରେ ପରୀକ୍ଷା କରାଯାଇଥିଲା କିନ୍ତୁ ମ୍ୟାଲେରିଆ ବାହାରି ନ ଥିବାରୁ ଆଉଥରେ ରକ୍ତ ନମୁନା କଳାହାଣ୍ଡି ଡାକ୍ତରଖାନାକୁ ପଠାଯାଇଥିଲା ଓ ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିଲା ବୋଲି ଦେବରାଜ ମହାନନ୍ଦ ସୂଚନା ଦେଇଥିଲେ। କଳାହାଣ୍ଡି ସରକାରୀ ଡାକ୍ତରଙ୍କ ପରାମର୍ଶକ୍ରମେ କୋରାପୁଟକୁ ଆସିଲୁ ବୋଲି ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ। ଲଡୁଗାଁରେ ଆହୁରୀ ଅନେକଲୋକ ଓ ପିଲା ଡେଙ୍ଗୁ ରୋଗରେ ରହିଥିବା ଚୈତନ୍ୟ ରାଉତ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.