ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର କଳା ସଂସ୍କୃତିକୁ ସମ୍ମାନ ଜଣାଇ ଯେଉଁ ଜିଲ୍ଲାର ସଂଗ୍ରାମ କବି ବାଞ୍ଛାନିଧି ମହାନ୍ତିଙ୍କ ଠାରୁ ଆରମ୍ଭ କରି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ପର୍ଯ୍ୟନ୍ତ ପ୍ରତିଷ୍ଠା ଲାଭ କରିଛନ୍ତି। ଯେଉଁ ଜିଲ୍ଲାର ନାଟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ଠାରୁ ଆରମ୍ଭ କରି କେଶବ କବି କୃଷ୍ଣ ପର୍ଯ୍ୟନ୍ତ ବେହେରା ପର୍ଯ୍ୟନ୍ତ ଆଖଡ଼ା ଶାଳରେ ଗୁରୁ ଦ୍ରୋଣାଚାର୍ଯ୍ୟର ଭୂମିକା ବହନ କରି ସୃଷ୍ଟି କରିଛନ୍ତି ଶତ ଶତ ସମର୍ଥ ସବ୍ୟସାଚୀ ସେଇ ଜିଲ୍ଲାର ଅଧିବାସୀ ହୋଇ ଓଡ଼ିଶା ର ପ୍ରାଚୀନ କଳା ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଭଦ୍ରକ ଟାଉନ ହଲ ଠାରେ କଳାଶ୍ରୀ ଉଦାର ସର୍ବ ଭାରତୀୟ ସ୍ତରରେ ଏକ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପ୍ରତଯୋଗିତାରେ ଶାସ୍ତ୍ରୀୟ ନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତ ଓ ତବଲା ବାଦନ ପରିବେଷଣ କରାଯାଇଥିଲା। ସମସ୍ତ ବିଭାଗର କନିଷ୍ଠ ଓ ବରିଷ୍ଠ ବିଭାଗ ରଖାଯାଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ସହ ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତା ଉଦପନୀ ସଭାରେ ସଭାପତିତ୍ୱ କରିଥିଲେ ସାହିତ୍ୟ ତଥା ଗୀତିକାର ଓ ଶିକ୍ଷାବିତ୍ ଗଙ୍ଗାଧର ଦେହୁରି, ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଖ୍ୟାତି ସମ୍ପନ୍ନ କରିଥିବା ବିଦୁଶ୍ରୀ ସୁଜାତା ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆକାଶବାଣୀ ଓ ଦୂରଦର୍ଶନ ଗୀତିକାର ସ୍ୱୀକୃତି ପ୍ରାପ୍ତ ଇଂ ଅଭୟ ସୂତାର ଏବଂ ସମ୍ପାଦକ ଓଡ଼ିଶୀ ନୃତ୍ୟମଣ୍ଡଳର ସମ୍ପାଦକ ଗୁରୁ ଆଶିଷ କୁମାର ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତି ବିଭାଗ ଓଡ଼ିଶା ରୁ ଭୁବନେଶ୍ୱର ଡ଼ଃ ଅଜୟ କୁମାର ବିଶ୍ୱାଳ ଏବଂ ସମ୍ମାନନୀୟ ବକ୍ତା ଭାବେ ପ୍ରତିଷ୍ଠିତ ସ୍ତମ୍ଭକାର ଅଭୟ କୁମାର ଯୋଗ ଦେଇ ଭଦ୍ରକ ଭଳି ଏକ ସଂସ୍କୃତି ସମ୍ପନ୍ନ ଜିଲ୍ଲାରେ ଏଭଳି ଏକ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ କରି ଆୟୋଜନ ହେଉଛି ବୋଲି ସେମାନଙ୍କର ମତବ୍ୟକ୍ତ କରିଥିଲେ। ଶିକ୍ଷକ ଗୌତମ କୁମାର ମହାରଣା ଅତିଥି ମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲା ବେଳେ କଳାଶ୍ରୀ ଭଦ୍ରର ସମ୍ପାଦକ ଉଜ୍ଜ୍ୱଳ କୁମାର ନାୟକ, ଉପସଭାପତି ହରେକୃଷ୍ଣ ପାଢ଼ୀ ଅତିଥି ମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପଂଚାୟତ ଡିଗ୍ରୀ କଲେଜ ବାରିକପୁର ରୁ ଅଧ୍ୟାପକ ଉମାକାନ୍ତ ମହାଳିକ, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତାଙ୍କୁ ମାନପତ୍ର ଓ ଉପଢ଼øକନ ସହ ସମ୍ବର୍ଦ୍ଧିତ କରିଥିଲେ। ନୃତ୍ୟ ଗୁରୁ ପୁଷ୍ପିତା ମହାନ୍ତି, ରିଚସ୍ମିତା ମହାନ୍ତି ଓ ଭଦ୍ରକ ସଙ୍ଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଗୁରୁ ରାମହରି ମହାନ୍ତିକୁ ଜ୍ୟେଷ୍ଠ ପୁତ୍ର, ସୁଧାଂଶୁ ଶେଖର ମହାନ୍ତି। ଭଦ୍ରକ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ବେଦ ପାଠ କରିଥିଲେ ପ୍ରଦୀପ ବାନାର୍ଜୀ। କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ଗୁରୁ ଅଭୟ କୁମାର ଦାଶ, ଗୁରୁ ପ୍ରଫୁଲ୍ଲ କୁମାର ନାୟକ, ସମାଜସେବୀ କୃପାସିନ୍ଧୁ ମହାନ୍ତି, ଆଦିଶ୍ରି ମହାନ୍ତି, ପଫୁଲ୍ଲ ଶଶିକାନ୍ତ ରାଉତ, ଛାତ୍ରୀ ଜାଗୃତି ମହାନ୍ତି, ନିଳାଞ୍ଜନା ପଣ୍ଡା , ଲକ୍ଷ୍ମୀପ୍ରିୟା ସ୍ୱାଇଁ, ସମାଜସେବୀକା ସୁଜାତା ନାୟକ , ମିନତୀ ପାଢ଼ୀ, ଅଞ୍ଜନା ମହାନ୍ତି ଓ ଅଲେଖିକା ମହାନ୍ତି ମାନପତ୍ର ପାଠ କରିଥିଲେ। ଭଦ୍ରକ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପିତା ମହାନ୍ତି, ଉତ୍ସବ କ୍ରିଏଟିଭ ଡାନ୍ସ ଏକାଡେମୀ ର ନୃତ୍ୟୁଗୁରୁ ରିଚ ସ୍ମିତା ମହାନ୍ତି, ବିଜ୍ଞାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଚାଟାର୍ଡ ଆକାଉଣ୍ଟକୃପାସିନ୍ଧୁ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।








