Home ଓଡ଼ିଶା କଳାପାହାଡଙ୍କୁ ଖୁସି କରିବାକୁ ରାଜ୍ୟବାସୀଙ୍କୁ ପୁଣି ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟ ଶାସନ ସଚିବ: ବିଜେପି

କଳାପାହାଡଙ୍କୁ ଖୁସି କରିବାକୁ ରାଜ୍ୟବାସୀଙ୍କୁ ପୁଣି ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟ ଶାସନ ସଚିବ: ବିଜେପି

465

ମୁଖ୍ୟ ଶାସନ ସଚିବ ରକେଟ ବେଗରେ ଫାଇଲ ଦୌଡାଇବା ମନ୍ତବ୍ୟ ଦେବା ପ୍ରସଙ୍ଗରେ
ଭୁବନେଶ୍ୱର, ତା.୨୦/୦୮(ଓଡ଼ିଆ ପୁଅ) : ଗତକାଲି ମୁଖ୍ୟ ଶାସନ ସଚିବ ରକେଟ ବେଗରେ ଫାଇଲ ଦୌଡିବ ଆଉ ଏଣିକି ସରକାରୀ ଦପ୍ତରରେ ଫାଇଲ ଅଟକିବନି ବୋଲି କହିଥିଲେ। ଏହା ଏକ ସ୍ୱାଗତ ଯୋଗ୍ୟ କଥା। କିନ୍ତୁ ପ୍ରଶ୍ନ ଉଠୁଛି ଗୃହ ବିଭାଗରେ ଦୀର୍ଘ ଦିନ ଧରି ଦାୟୀତ୍ୱ ନିର୍ବାହ କରିବା ସମୟରେ କିଏ ଓ କାହିଁକି ମନା କରିଥିଲା ଫାଇଲକୁ ରକେଟ ଗତିରେ ଦୌଡାଇବା ପାଇଁ ବୋଲି ରାଜ୍ୟ କାର୍ଯ୍ୟାଳୟ ଠାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର।

ଶ୍ରୀ ମହାପାତ୍ର କହିଛନ୍ତି, କୁନ୍ଦୁଲି ଗଣଦୁର୍ଷ୍କମ ମାମଲା ଯେଉଁଥିରେ ପିଡିତା ଆତ୍ମହତ୍ୟା କରିଥିବା ସ୍ୱତେ ବି ଏପର୍ଯ୍ୟନ୍ତ ଦୋଷୀ ଧରାପଡିଲା ନାହିଁ। ପିପିଲି ଘଟଣାରେ ରାଜ୍ୟ କ୍ରାଇମବ୍ରାଂଚ ଏପରି ତଦନ୍ତ କରିଲା ଓ ଗୃହ ବିଭାଗ ଏପରି ଭାବେ ମାମଲା ଲଢିଲା ଯେ ଶେଷରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଗଲେ। ଗତ ୨୦ ବର୍ଷ ଧରି ଯେଉଁ ବାବୁମାନେ ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିଲେ ଫାଇଲକୁ ଦୌଉଡାଇବା କିଏ ମନା କରିଥିଲା? ମୁଖ୍ୟ ଶାସନ ସଚିବଙ୍କ ଏଭଳି ମନ୍ତବ୍ୟ ଦେଖିଲା ପରେ କେତୋଟି ପ୍ରଶ୍ନ ମନକୁ ଆସୁଛି। ତାଙ୍କ କଳାପାହାଡ ବସ୍ ଙ୍କୁ ଖୁସି କରିବା ପାଇଁ ଏପରି ବୟାନ ଦେଇଛନ୍ତି କି? ଗତକାଲି ଯେଉଁ ପୁଞ୍ଜି ବିନିଯୋଗ ଫାଇଲକୁ ଆମେ କ୍ଲିଅର କଲୁ ଘୋଷଣା କରିଛନ୍ତି ତାହା ଖାଲି ଜମି ଦେବାରେ ରାଜ୍ୟ ସରକାରଙ୍କୁ ଲାଗିଗଲା ୩ ବର୍ଷ ଉର୍ଦ୍ଧ ସମୟ। ରାଜ୍ୟ ସରକାରଙ୍କ ଫାଇଲ କାହା ପାଖରେ ଅଟକେ କିଏ ସେହି ଫାଇଲକୁ ଅନୁମୋଦନ କରନ୍ତି ତାହା ସମସ୍ତେ ଜାଣନ୍ତି।

ଗୋପାଳପୁର-ଦିଘା କୋଷ୍ଟାଲ ହାଇୱ ଆଜି ପର୍ଯ୍ୟନ୍ତ ପଡିକି ରହିଛି। ଲୋକଙ୍କର ଭବିଷ୍ୟତ ନାଲି ଫିତା ତଳେ ପଡିକି ରହିଛି। ନିଜେ ମୁଖ୍ୟ ଶାସନ ସଚିବ ଏକ ଲମ୍ବା ସମୟ ଧରି ଗୃହ ବିଭାଗର ସଚିବ ଥିଲେ। ସେତେବେଳେ ଗୃହ ବିଭାଗରେ ଫାଇଲ କଣ ରକେଟ ଭଳି ଦୌଡୁଥିଲା କି? ଯଦି କେଉଁଠି ଫାଇଲ ବେଶି ଅଟକେ ତାହା ହେଉଛି ଗୃହ ବିଭାଗ। ଏହାଦ୍ୱାରା ଓଡିଶାବାସୀଙ୍କର ସମାଧାନ ହୋଇପାରିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

କଳାପାହାଡଙ୍କୁ ଖୁସି କରିବାକୁ ରାଜ୍ୟବାସୀଙ୍କୁ ପୁଣି ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟ ସରକାର ଏହା ଆଉ ଏକ ନୂଆ ମିଛ କାହାଣୀ। ନିଜେ ମୁଖ୍ୟ ଶାସନ ସଚିବ ବି ଜାଣନ୍ତି ସେ ମୁଖ୍ୟ ଶାସନ ସଚିବ ହେଲା ପରେ ବି ଫାଇଲ ସବୁକୁ ତୃତୀୟ ମହଲାର ସେ କଳାପାହାଡଙ୍କୁ ଦେଖାଇବାକୁ ବାଧ୍ୟ। ସାରା ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଡିଚାଇିଛି। ଗତ ପାଚଂ ବର୍ଷରେ ମହିଳା ଏବଂ ବିଶେଷ କରି ନାବାଳିକାମାନଙ୍କୁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବଡିଛି। ଯାହା ଓଡିଶାବାସୀଙ୍କୁ ସାରା ଦେଶରେ ଲଜ୍ଜିତ କରିଛି। ରାଜ୍ୟରେ ରାଜନୈତିକ ହିଂସା ବଢିଚାଲିଛି। ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ବି ଶାସକ ଦଳର ଗୁଣ୍ଡାରାଜ, ଜବରଦସ୍ତ ବୁଥ ଜବର ଦଖଲ ସାଧାରଣ ଲୋକ ଦେଖିଛନ୍ତି। ସେତେବେଳେ ମୁଖ୍ୟ ଶାସନ ସଚିବ ନିଜେ ଗୃହ ବିଭାଗର ସଚିବ ଥିଲେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.