Home ଓଡ଼ିଶା କଳାକାର ସହାୟତା ପାଇଁ ଅଡିିସନ ଚଳିତ ମାସ ୨୦ ତାରିଖରୁ

କଳାକାର ସହାୟତା ପାଇଁ ଅଡିିସନ ଚଳିତ ମାସ ୨୦ ତାରିଖରୁ

110

ଯାଜପୁର ୧୬ା୧୨ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ପାଇଁ ଆବେଦନ କରିଥିବା ଯୋଗ୍ୟ ଆବେଦନକାରୀଙ୍କୁ ନେଇ ଅଡିସନ ଜିଲ୍ଲା ସ୍ତରୀୟ କମିଟି ଦ୍ୱାରା ଚଳିତ ମାସ ୨୦ ଓ ୨୧ ତାରିଖରେ ଆୟୋଜନ କରାଯିବ। ଏହି କମିଟିରେ ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ୨ ଜଣ କଳାରେ ଦକ୍ଷତା ଥିବା ବ୍ୟକ୍ତି ରହିବେ। ପୂର୍ବାହ୍ନ ୧୦ ଘଟିକା ଠାରୁ ଏହି ଅଡିସନ ଆରମ୍ଭ ହେବ। ବଡଚଣା ବ୍ଳ୍‌କ ସମ୍ମିଳନୀ ଗୃହ, ଧର୍ମଶାଳା ବ୍ଳ୍‌କ ସମ୍ମିଳନୀ ଗୃହ, ରସୁଲପୁର ବ୍ଳ୍‌କ ସମ୍ମିଳନୀ ଗୃହ, ବରୀ ବ୍ଳ୍‌କ ସମ୍ମିଳନୀ ଗୃହ ଓ ଯାଜପୁର ବ୍ଳ୍‌କ ସମ୍ମିଳନୀ ଗୃହରେ ସଂପୃକ୍ତ ବ୍ଳ୍‌କ ଅଂଚଳର ଓ ଯାଜପୁର ପୈାରାଂଚଳ କଳାକାର ମାନଙ୍କର ଅଡିସନ ୨୦ ତାରିଖରେ ଅନୁଷ୍ଠିତ ହେବ। ସେହିପରି ୨୧ ତାରିଖରେ ବରୀ, ବିଂଝାରପୁର, ଦଶରଥପୁର, କୋରେଇ, ଦାନଗଦୀ ଓ ସୁକିନ୍ଦା ବ୍ଳ୍‌କ ଏବଂ ବ୍ୟାସନଗର ପୈାରାଂଚଳ ଅଂଚଳର ଅଡିସନ ସଂପୃକ୍ତ ବ୍ଳ୍‌କ ସମ୍ମିଳନୀ ଗୃହ ମାନଙ୍କରେ ଅନୁଷ୍ଠିତ ହେବ। ଯାଜପୁର ପୈାର ପରିଷଦ କଳାକାର ମାନଙ୍କ ପାଇଁ ଯାଜପୁର ବ୍ଳ୍‌କ ଓ ବ୍ୟାସନଗର ପୈାର ପରିଷଦ କଳାକାର ମାନଙ୍କ ପାଇଁ କୋରେଇ ବ୍ଳ୍‌କ ପରିସରରେ ଅଡିସନ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗର ଗାଇଡଲାଇନ ଅନୁସାରେ ଏହି ଅଡିସନ ପରେ ସର୍ବାଧିକ ବୟସ ଏବଂ ଯୋଗ୍ୟତା ମାପକାଠି ଆଧାରରେ ଚୟନ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ପରେ ଯୋଗ୍ୟ ବିବେଚିତ କଳାକାର ମାନଙ୍କର ତାଲିକାରୁ ଧାର୍ଯ୍ୟ ଲକ୍ଷ୍ୟ ୧୦୧ ଗୋଟି ପୂରଣ ପରେ ଅବଶିଷ୍ଟ ସଂଖ୍ୟାକୁ ଅପେକ୍ଷା ତାଲିକା ବା ୱେଟିଂ ଲିଷ୍ଟରେ ରଖାଯିବ। ପରବର୍ତ୍ତୀ ସମୟରେ ମିଳିବାକୁ ଥିବା ଧାର୍ଯ୍ୟ ଲକ୍ଷ୍ୟ ଏହି ତାଲିକାରୁ ପୂରଣ ହେବ। ଯାହା ପଂଳରେ କଳାକାର ମାନଙ୍କୁ ଆଉ ଆବେଦନ ବା ଅଡିସନ ଦେବାକୁ ପଡିବ ନାହିଁ ବୋଲି ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.