Home ଅନୁଗୁଳ କଳମଛୁଇଁ ଶିଶୁମନ୍ଦିରରେ ଅନଲାଇନରେ ଶିକ୍ଷାଦାନ ବ୍ୟବସ୍ଥା

କଳମଛୁଇଁ ଶିଶୁମନ୍ଦିରରେ ଅନଲାଇନରେ ଶିକ୍ଷାଦାନ ବ୍ୟବସ୍ଥା

254

ତାଳଚେର,୧୩/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କୋରୋନାର ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା          ସମଗ୍ର ଦେଶରେ ଲକ୍ ଡାଉନ କରାଯାଇଛି । ଫଳରେ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ଗୁରୁତର ପ୍ରଭାବ ପଡିଛି । ତେଣୁ ଛାତ୍ରଛାତ୍ରୀମାନଙ୍କର ସମୟର ସଦୁପଯୋଗ କରିବା ପାଇଁ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଅନଲାଇନ୍ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ,ଶ୍ରେଣୀ ଶିକ୍ଷକ ଓ ପ୍ରତି ଶ୍ରେଣୀର ପ୍ରତି ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ ହ୍ୱାଟସଆପ୍ ଗ୍ରୁପମାନ ଗଠନ କରାଯାଇଛି । ଏହାରି ମାଧ୍ୟମରେ ଆଚାର୍ଯ୍ୟ, ଆଚାର୍ଯ୍ୟାମାନେ ଛାତ୍ରଛାତ୍ରୀମାନଙ୍କୁ ବିଷୟ ଅନୁଯାୟୀ ଶିକ୍ଷାଦାନ କରୁଛନ୍ତି । ଛାତ୍ରଛାତ୍ରୀମାନଙ୍କର ଦ୍ୱନ୍ଦକୁ ଶିକ୍ଷକମାନେ ଫୋନ୍ ମାଧ୍ୟମରେ ଦୂର କରିବାକୁ ପ୍ରୟାସ କରୁଛନ୍ତି । ଶିକ୍ଷା ବିକାଶ ସମିତିର ନିର୍ଦ୍ଦେଶ ଅନୁଯାୟୀ ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଯଥାଶୀଘ୍ର ବହି ଯୋଗାଇ ଦେବାକୁ ପ୍ରୟାସ କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ତତ୍ୱାବଧାନରେ ତଥା ପର୍ଯ୍ୟାୟପ୍ରମୁଖମାନଙ୍କ ନିରୀକ୍ଷଣରେ ୧ମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଥିବା ବେଳେ ବର୍ତମାନ ସୁଦ୍ଧା ୭୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଗ୍ରୁପରେ ସାମିଲ ହୋଇଛନ୍ତି । ଅବଶିଷ୍ଟ ପିଲାମାନଙ୍କୁ ଯଥାଶୀଘ୍ର ହ୍ୱାଟସ୍‌ଆପ୍ ଗ୍ରୁପ୍‌ରେ ସାମିଲ କରିବାକୁ ବିଦ୍ୟାଳୟ ପକ୍ଷରୁ ଉଦ୍ୟମ କରାଯାଉଥିବା ବେଳେ ଅଭିଭାବକମାନେ ମଧ୍ୟ ବର୍ତମାନ ପରିସ୍ଥିତିରେ ଅନ୍‌ଲାଇନ ଶିକ୍ଷାଦାନର ଆବଶ୍ୟକତାକୁ ହୃଦୟଙ୍ଗମ କରି ପିଲାମାନଙ୍କୁ ଏ ଦିଗରେ ପ୍ରୋତ୍ସାହନ କରିବା ଆବଶ୍ୟକ ବୋଲି ପ୍ରଧାନାଚାର୍ଯ୍ୟ ଶ୍ରୀ ଦେହୁରୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.