Home କେନ୍ଦ୍ରାପଡ଼ା କଲେଜ କଲୋନୀ ସ୍କୁଲର ବାର୍ଷିକ ଉତ୍ସବ

କଲେଜ କଲୋନୀ ସ୍କୁଲର ବାର୍ଷିକ ଉତ୍ସବ

118

କେନ୍ଦ୍ରାପଡା ୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା କଲେଜ କଲୋନୀ ପ୍ରାକ୍ଟିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବୀତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ କ୍ରୀଡା ଉତ୍ସବକୁ ପ୍ରାଧାନ ଶିକ୍ଷୟତ୍ରୀ କନକଲତା ଭଞ୍ଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ସହକାରୀ ଶିକ୍ଷକ ପିତାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗିରଥୀ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନୀତ ଅତିଥି ଭାବେ ସର୍ବ ଶିକ୍ଷା ଅଭିଯାନର ବୈଷୟିକ ଅଧିକାରୀ ବିଷ୍ଣୁ ଚରଣ ଶତପଥୀ, ବିନୋଦ ବିହାରୀ ସାହୁ ଓ ସ୍କୁଲ ପରିଚାଳନା କମିଟି ସଭାପତି କନକଲତା ସାହୁ ଯୋଗଦେଇ କ୍ରୀଡା ପ୍ରତିଯୋଗୀତାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା।

ସହକାରୀ ଶିକ୍ଷୟତ୍ରୀ ଭାରତୀ ସାହାଣୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷୟତ୍ରୀ ସସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟତ୍ରୀ ନିରୂପମା ସାହୁ ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.