ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟ ବରିଷ୍ଠ ଉପସଭାପତି ତଥା ପର୍ବୂତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ବିଜେଡିର ଜୋନ୍ ନଂ ୨୬ ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ କଲେଇ ପଂଚାୟତରେ ଏକ ବାଇକ୍ ରାଲି ଜନ ସଂପର୍କ ପଦଯାତ୍ରା ଓ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୬ନଂ ଜାତୀୟ ରାଜପତର ନଳାଙ୍ଗ ଛକଠାରୁ ଚୁନିଦା ବଜାର ପର୍ଯ୍ୟନ୍ତ ଜିଲା ଯୁବ ସଂପାଦକ ଇଂ ତାପସ ରାୟଙ୍କ ନେତୃତ୍ୱରେ ଏକ ବାଇକ୍ ରାଲି ହୋଇଥିବାବେଳେ ଚୁନିଦା ବଜାର ଠାରୁ କ୍ଷେତ୍ରବାସୀ ପଡିଆ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ ଓ ଉତ୍ସବମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହାପରେ କ୍ଷେତ୍ରବାସୀ ପଡିଆ ଠାରେ ଆୟୋଜିତ ସଭାରେ ଶ୍ରୀ ସାମଲ ଜନତା ବିଜେଡିର ଶକ୍ତି ହୋଇଥିବାବେଳେ ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନସେବା ସମସ୍ତଙ୍କର ପରମ ଧର୍ମ ହେବା ଉଚିତ୍ ବୋଲି କହିଥିଲେ। ବିଶେଷକରି ବିଜୁ ବାବୁଙ୍କ ଆଦର୍ଶ ଓ ନବୀନ ବାବୁଙ୍କ ନେତୃତ୍ୱରେ ଆମ ମାଟି, ମା’ ଓ ନିଷ୍ପେସ୍ପିତ ମଣିଷଙ୍କ ପାଇଁ ନିଷ୍ଠାର ସହ କାର୍ଯ୍ୟ କରି ଏକତାର ମହାମନ୍ତ୍ରରେ ଦୀକ୍ଷିତ ହେବାକୁ ଉପସ୍ଥିତ ସମସ୍ତ କର୍ମୀ ଓ କର୍ମକର୍ତାଙ୍କୁ ଆହ୍ୱାନ ଦେଇଥିଲେ। ଏହି ସଭାରେ ସ୍ଥାନୀୟ ପଂଚାୟତ ସଭାପତି ଅଭିରାମ ସାହୁ ଅଧ୍ୟକ୍ଷତା କରିଥିବାବେଳେ ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ବ୍ଲକ୍ ସଭାପତି ପ୍ରଫୁଲ୍ଲ ନାୟକ, ସ୍ଥାନୀୟ ସରପଂଚ ନିରଞ୍ଜନ ମଲ୍ଲିକ, ପୂର୍ବତନ ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ଶିକ୍ଷାବିତ୍ ବାବୁଲା ରାଉତ, ପୂର୍ବତନ ସମିତିସଭ୍ୟ ନିତ୍ୟାନନ୍ଦ ବେହେରା, ଯୁବ ସମାଜସେବୀ ସୁନୀଲ ଲେଙ୍କାଙ୍କ ସମେତ ସମସ୍ତ ସରପଂଚ, ସମିତିସଭ୍ୟ, ବିଜେଡି ପରିବାରର ବରିଷ୍ଠ ଓ ଯୁବ ନେତୃତ୍ୱ ଅଂଶଗ୍ରହଣ କରିଥିଲେ।








