Home ଜିଲ୍ଲା ପରିକ୍ରମା କଲାମ ଘାଟିରେ ଅଗ୍ନି-ପ୍ରାଇମ କ୍ଷେପଣାସ୍ତ୍ର ର ସଫଳ ଉତ୍‌କ୍ଷେପଣ

କଲାମ ଘାଟିରେ ଅଗ୍ନି-ପ୍ରାଇମ କ୍ଷେପଣାସ୍ତ୍ର ର ସଫଳ ଉତ୍‌କ୍ଷେପଣ

21

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ନିକଟସ୍ଥ କଲାମ ଦ୍ୱୀପର ୪ନଂ ଲଂଚ ପ୍ୟାଡରୁ ଆଜି ଦିନ ୧୧.୬ମିନିଟରେ ଅଗ୍ନି – ପ୍ରାଇମ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ହୋଇଥିବା ଜଣାଯାଇଛି । ପ୍ରାପ୍ତ ଖବର ଅନୁଯାୟୀ ଅଗ୍ନି ପ୍ରାଇମ ମଧ୍ୟବର୍ତ୍ତୀକାଳୀନ ବାଲାଷ୍ଟିକ ମିସାଇଲର ଶ୍ରେଣୀର ହୋଇଥିବା ବେଳେ ଏହା ଅଗ୍ନି ସିରିଜ ଅର୍ନ୍ତର୍ଭୁକ୍ତ । ଅଗ୍ନି-୪ କ୍ଷେପଣାସ୍ତ୍ରର ରେଞ୍ଜ ୪ହଜାର କିଲୋମିଟର ଏବଂ ଅଗ୍ନି-୫କ୍ଷେପଣାସ୍ତ୍ରର ରେଞ୍ଜ ୫ହଜାର କିଲୋମିଟର ହୋଇଥିବା ବେଳେ ଏହି ୨କ୍ଷେପଣାସ୍ତ୍ରର ଟେକ୍ନଲୋଜିକୁ ନେଇ ଅଗ୍ନି-ପ୍ରାଇମ କ୍ଷେପଣାସ୍ତ୍ର ନିର୍ମିତ ହୋଇଥିବା ବେଳେ ଆଜି ଏହାର ସଫଳ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ର ୧ହଜାର କିଲୋମିଟରରୁ ୨୦୦୦କିଲୋମିଟର ଦୂରତା ମଧ୍ୟରେ ସିମୀତ ବୋଲି ମଧ୍ୟ ଜଣାଯାଇଛି । ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ୧ହଜାର କିଲୋ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବା ସହ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ଅଛି ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ ।

ଅଗ୍ନି ପ୍ରାଇମ ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ଥ ହୋଇଥିବା ବେଳେ ଏହା ଅଗ୍ନି-୧ର ଆଡଭାନ୍ସ ଭର୍ସନ ଏବଂ ଅଗ୍ନି-୩ କ୍ଷେପଣାସ୍ତ୍ରର ଓଜନ ଠାରୁ ୫୦ପ୍ରତିଶତ କମ ବୋଲି ମଧ୍ୟ ଜଣାଯାଇଛି । ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ଓଜନ ୬ଟନ , ଲମ୍ବ-୧୫ମିଟର, ମୋଟେଇ୧ମିଟର, । ଏହି ଅଗ୍ନି-ପ୍ରାଇମ କ୍ଷେପଣାସ୍ତ୍ରକୁ ବହନ କରୁଥିବା ଇଞ୍ଜିନ ୨ପର୍ଯ୍ୟାୟ ବିଶିଷ୍ଟ ହୋଇଥିବା ବେଳେ ଏହା କଠିନ ଇନ୍ଧନ ଦ୍ୱାରା ଚାଳିତ । ଏହାର ବେଗ ସେକେଣ୍ଡ ପ୍ରତି ୨.୫କି.ମି ।ଅଗ୍ନି ପ୍ରାଇମର ଉତକ୍ଷେପଣ ସମୟରେ ଭାରତର ପୂର୍ବାଂଚଳରେ ଥିବା ସମସ୍ତ ରାଡାରରେ ଏହାର ଗତିବିଧି ଉପରେ ସଂପୂର୍ଣ୍ଣ ନଜର ରଖାଯାଇଥିଲା । ଏହି ମିସାଇଲ ଭାରତୀୟ ଜ୍ଞାନକୌଶଳ ନିର୍ମିତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିମିଟେଡ ଦ୍ୱାରା ନିର୍ମିତ ହୋଇଛି । ଆଜିର ଏହି ପରୀକ୍ଷଣ ବେଳେ ଚାନ୍ଦିପୁର ପ୍ରତିରକ୍ଷା ର ଘାଟିର ବହୁ ବୈଜ୍ଞାନିକ ଏବଂ ଉଚ୍ଚପଦାଧିକାରୀ ବ୍ୟକ୍ତି ମାନେ ଉପସ୍ତିତ ଥିବା ବେଳେ ଆଜିର ଏହି ପରୀକ୍ଷଣ ସଫଳ ହୋଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ଗବେଷଣା ସଂସ୍ଥାର ସମସ୍ତ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ ପ୍ରତିରକ୍ଷା ସଂସ୍ଥାର ମୁଖ୍ୟ ଡ. ଜି ସତୀଶ ରେଡ୍ଡୀଙ୍କ ଏହି କାର୍ଯ୍ୟ ପାଇଁ ମଧ୍ୟ ବଧାଇ ଜଣାଇଛନ୍ତି । ଅଗ୍ନି ପ୍ରାଇମର ପ୍ରଥମ ସଂସ୍କରଣ ଚଳିତ ମାସ ଜୁନ ୨୮ ତାରିଖରେ ହୋଇଥିବା ବେଳେ ଆଜିର ଏହି ପରୀକ୍ଷଣ ଅଗ୍ନି ପ୍ରାଇମର ଦ୍ୱିତୀୟ ସଂସ୍କରଣ ବୋଲି ମଧ୍ୟ ଜଣାଯାଇଛି ।ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର ର ଲକ୍ଷ୍ୟଭେଦ ଅନ୍ୟ କ୍ଷେପଣାସ୍ତ୍ର ଠାରୁ ଅଧିକ ଏବଂ ସଠିକ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.