Home ଜିଲ୍ଲା ପରିକ୍ରମା କରୋନା ହଟସ୍ପଟରେ ପରିଣତ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

କରୋନା ହଟସ୍ପଟରେ ପରିଣତ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

77

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ କରୋନା ହଟସ୍ପଟ ହେବାର ସମ୍ଭବାନା ସୃଷ୍ଟି କରିଛି । ବିଶେଷକରି ଜିଲ୍ଲା ଚିକିତ୍ସାଳୟ ପରିସର ଓ ବିଭିନ୍ନ ୱାର୍ଡ଼ର ଅବସ୍ଥା ଦଖିଲେ, ଯେ କେହି ବି ଏହାକୁ ସ୍ୱୀକାର କରିବ । ମେଡ଼ିକାଲର ଆଉଟଡୋରରେ ରୋଗୀ ସଂକ୍ୟା କମ ରହୁଛି ସତ, କିନ୍ତୁ ଅର୍ନ୍ତ ବିଭାଗରେ ୋଗୀଙ୍କ ସଂକ୍ୟା ସମାନ୍ୟ କମିଥିଲେ ମଧ୍ୟ ପୂର୍ବବତ୍ ରହିଛି । କିନ୍ତୁ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରୋନା ର ସ୍‌ମ୍ଭାବ୍ୟ ସଂକ୍ରମଣକୁ ରୋକିବା ପାଇଁ ଯେତିକି ସତର୍କତାମୂଳକ ପଦକ୍ଷେପ ନିଆଯିବା କଥା ସେତିକି ନିଆଯାଉନଥିବା ପରିଳକ୍ଷିତ ହେଉଛି । କୋଭିଡ ସଂକ୍ରମଣ ରୋକିବା ସକାସେ ସରକାର ବହୁତ କଟକଣା ଜାରି କରୁଛନ୍ତି । ଲକ ଡାଉନ ଏବଂ ସଟଡାଉନ ଉଠିଯିବା ପରେ ସରକାର ଏବେ ସାମାଜିକ ଦୁରତା ରକ୍ଷା, ହାତ ଧୋଇବା, ପରିବେଶ ସ୍ୱଛତା ଓ ମାସ୍କ ପରିଧାନ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏଥି ନିମିତ୍ତ ବ୍ୟାପକ ସଚେତନତା ମଧ୍ୟ ସୃଷ୍ଟି କରାଯାୁଛି । କିନ୍ତୁ ଏହାର ସମାନ୍ୟତମ ପ୍ରଭାବ ଲୋକଙ୍କ ନିକଟରେ ଦେଖିବାକୁ ମିଳୁ ନାହିଁ । କରୋନା ସଂକ୍ରମଣ ପାଇଁ ମେଡିକାଲ ସବୁଠାରୁ ଅଧିକ ସମ୍ବେଦନଶୀଳ ସ୍ଥାନ ହୋଇଥିଲେ ମଧ୍ୟ ସେଠାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସଚେତନତାର ଅଭାବ ପରିଲକ୍ଷିତ ହେଉଛି । ଏପରିପ୍ରେକ୍ଷୀରେ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଉଦାସୀନ ରହୁଛନ୍ତି । ପ୍ରଥମତଃ ମେଡିକାଲକୁ ନିୟମିତ ବ୍ରବଧାନରେ ବିଶୋଧନ କରାଯାଉ ନାହିଁ । ଆଉଟଡୋର ରୋଗୀଙ୍କ କଥା ପଛକୁ ଥାଉ ବିଭିନ୍ନ ୱାର୍ଡ଼ରେ ରହୁଥିବା ରୋଗୀଙ୍କ ଅବସ୍ଥା ଦେଖିଲେ ତାହା ଉଦବେଗ ସୃଷ୍ଟି କରିବା ଭଳି । ରୋଗୀଙ୍କ ଠାରୁ ଅଧିକ ସେମାନଙ୍କ ଆଟେଣ୍ଡାଣ୍ଟଙ୍କୁ ଦେଖିବାକୁ ମିଳୁଛି । ରୋଗୀଙ୍କ ସହିତ ବିଛଣାରେ ସେମାନେ ଶୋଉଛନ୍ତି । ସାଙ୍ଗ ହୋଇ ବୁଲୁଛନ୍‌ି ୱାର୍ଡ଼ ମଧ୍ୟରେ ବସି ଖଟି ଜମାଉଛନ୍ତି । ମୁର୍ହକୁ ମୁହଁ ଜୋଡ଼ି କଥା ହେଉଛନ୍ତି । ସାମଜିକ ଦୂରତ୍ୱ ବିଷୟରେ ନକହିବା ଭଲ । ସେହିଭଳି ଆଉଟଡୋର ଆସୁଥିବା ରୋଗୀଙ୍କୁ ଦେଖିବାକୁ ଡାକ୍ତରମାନେ ୪ ହାତ ଦୁରରେ ଥାଇ ରୋଗୀ ଦେଖୁଥିବା ବେଳେ ଆଉଟଡୋର ଆଗରେ ରୋଗୀଙ୍କ ଭିଡ଼ ଲାଗି ରହୁଛି । ସେହିପରି ଟିକେଟ କାଉଣ୍ଟର ଓ ନିରାମୟ ମେଡିସିନ ଦୋକାନ ଆଗରେ ମଧ୍ୟ ଅନୁରୂପ ଭିଡ଼ ଦେଖିବାକୁ ମିଳୁଛି । ଇତିମଧ୍ୟରେ ଜିଲ୍ଲା ଚିକିତ୍ସାଳୟ ପରିସରରେଏକ ପୁଲିସ ଆୁଟପୋଷ୍ଟ ସ୍ଥାପନ ହୋଇଥିବାରୁ ସେଠାରେ ନିୟମିତ ପୁଲିସ ମୁତୟନ ରହୁଛନ୍ତି । କିନ୍ତୁ ସବୁ ସତ୍ତ୍ୱେ ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.