Home ଅନୁଗୁଳ କରୋନା ସମୟରେ ସାହାଯ୍ୟର ହାତ ବଢ଼ାଇଲେ ସମାଜସେବୀ

କରୋନା ସମୟରେ ସାହାଯ୍ୟର ହାତ ବଢ଼ାଇଲେ ସମାଜସେବୀ

62

ତାଳଚେର, ୧୨/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଗତ ୪ ମାସରୁ ଉର୍ଦ୍ଧ୍ୱ ସମୟ ଧରି କରୋନା ମହାମାରୀ ଯୋଗୁଁ ସମଗ୍ର ଭାରତବର୍ଷରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଯୋଗୁଁ ଦୋକାନ ବଜାର, ହାଟ ବଜାର ସଠିକ୍ ଭାବେ ଚାଲି ପାରୁନାହିଁ। ଏଥିପାଇଁ ସାଧାରଣ ଜୀବନଯାପନ ଓ ଦୈନନ୍ଦିନ ଚଳଣୀରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା। ଏପରି ଅବସ୍ଥାରେ ଗରୀବ ଦିନ ମଜୁରିଆଙ୍କ ଦୈନନ୍ଦିନ କାର୍ଯ୍ୟ ବନ୍ଦ ହୋଇଯିବା ଫଳରେ ପରିବାର ଚଳାଇବା ବହୁ କଷ୍ଟକର ହେଉଥିଲା। ଏହାକୁ ନଜରରେ ରଖି ତାଳଚେର ଅଂଚଳର ସମାଜସେବୀ ତଥା ଭାରତୀୟ ମାନବାଧିକାର କାଉନସିଲ୍ ଅନୁଷ୍ଠାନର ରାଜ୍ୟ ସଭାପତି ଚନ୍ଦନ କୁମାର ସାହୁ ଆଜକୁ ୪ ମାସ ହେବ ତାଳଚେର ଅଂଚଳରେ ବସବାସ କରୁଥିବା ଗରୀବ ଅସହାୟ ମାନଙ୍କୁ ନିରବଚ୍ଛିନ୍ନ ଭାବେ ଜରିପାଲ ଯୋଗାଇବା ସହିତ ଚାଉଳ, ଚୁଡା, ଡାଲି, ସାବୁନ୍‌, ତେଲ, ଲୁଣ ବିସ୍କୁଟ, ଚିନି ପ୍ରଭୃତି ଦେଇ ତାଳଚେର ଅଂଚଳରୁ ବହୁ ଆଶିର୍ବାଦ ସହିତ ସ୍ନେହ, ଶ୍ରଦ୍ଧା ସାଉଁଟିବାରେ ସକ୍ଷମ ହୋଇଛନ୍ତି। ଏହି ଅବସରରେ ସେ ପ୍ରକାଶ କରଛନ୍ତି କି ମୁଁ ସମାଜସେବା ପାଇଁ ବ୍ରତୀ। ମୋ ପରିବାରର ସମର୍ଥନ ଯୋଗୁଁ ମୁଁ ଆଜି ଏସବୁ କାର୍ଯ୍ୟ ପାଇଁ ଅଂଟା ଭିଡି ପାରିଛି। ମୋ ସେବା ଆଗାମୀ ଦିନରେ ଦୁଃଖି ଅସହାୟ ଗରିବ ଲୋକଙ୍କ ପାଇଁ ଜାରି ରହିବ। ଶ୍ରୀ ସାହୁଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.