Home Coronavirus Outbreak କରୋନା ସମ୍ପର୍କିତ ଆପତ୍ତିଜନକ ଭିଡିଓ ଓ ମ୍ୟାସେଜ୍ ଭାଇରାଲ ଘଟଣାରେ ଜଣେ ଗିରଫ

କରୋନା ସମ୍ପର୍କିତ ଆପତ୍ତିଜନକ ଭିଡିଓ ଓ ମ୍ୟାସେଜ୍ ଭାଇରାଲ ଘଟଣାରେ ଜଣେ ଗିରଫ

473

ବଡ଼ବିଲ ,ତା ୦୫ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ରବିବାର ଦିନ କରୋନା ସମ୍ପର୍କିତ ଆପତ୍ତିଜନକ ଭିଡ଼ିଓ, ମ୍ୟାସେଜ, ଫଟୋ ଆଦି ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ ବଡ଼ବିଲ ନିକଟସ୍ଥ ଶ୍ରୀରାମ ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ରାଜେନ୍ଦ୍ର କୁମାର କେଶରୀ ଓରଫ ମୁନ୍ନା । ମୁନ୍ନାଙ୍କ ମୋବାଇଲକୁ ପୋଲିସ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ମୁନ୍ନା ନିଜ ମୋବାଇଲ ଯୋଗେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରିବା ସହ ଶତୃତା ସୃଷ୍ଟିକାରୀ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏନେଇ ପୋଲିସ ଜାଣିବା ପରେ ବଡ଼ବିଲ ଥାନା କେଶ୍ ନଂ ୫୫, ଦଫା ୧୮୮/୧୫୩(ଏ)/୨୯୫(ଏ)/୫୦୫ ଆଇପିସିରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୁନ୍ନାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.