Home ଓଡ଼ିଶା କରୋନା ସଚେତନତା ପାଇଁ ଆଶା ଓ ଅଙ୍ଗନାବାଡ଼ି କର୍ମୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ

କରୋନା ସଚେତନତା ପାଇଁ ଆଶା ଓ ଅଙ୍ଗନାବାଡ଼ି କର୍ମୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ

135

ନୟାଗଡ଼, ୩୦ା୫(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାଡ଼):କରୋନା ଲଢେଇରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସେମାନେ ଯେପରି ନିିଜ ଜୀବନକୁ ପାଣି ଛଡ଼େଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ କରୋନାକୁ ହେଇଇବାରେ ଲାଗିପଡ଼ି ଘର ଘର ବୁଲି ପ୍ରାଣମୂର୍ଚ୍ଛା ଉଦ୍ୟମ କରି ସେବା କରୁଛନ୍ତି ତାହା ଅନେକଙ୍କୁବି ତାଜୁବ୍ କରିଛି। ଏପରି କରୋନା ବିପଦ ସମୟରେ ନିଜ ସ୍ୱାସ୍ଥ୍ୟକଥା ଭୁଲିଯାଇ ଜିଲ୍ଲାର ପ୍ରତ୍ୟେକ ଗାଁ ଗାଁରେ ସେମାନେ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଛି। ସେମାନେ କେବଳଯେ କରୋନା ସଚେତନତା କରୁନାହାନ୍ତି କହିବାକୁ ଗଲେ କୌଣସି ଗାଁରେ ଯେମିତି ଜଣେବି କରୋନାରେ ପିଡ଼ିତ ନହୁଅନ୍ତି ସେଥିପ୍ରତି ତାଙ୍କର ଏପରି ସାହସିକତା ଓ ମାନସିକତାକୁ ନେଇ ସବୁଠି ଚର୍ଚ୍ଚା ଦେଖାଦେଇଛି। କରୋନା ଆଗଧାଡ଼ିର ଯୋଦ୍ଧାଭାବେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଗୁରୁତ୍ୱ ଦେଇଥିବାବେଳେ ସେମାନେ ନିଜର କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଗାଁ ଗାଁର କରୋନା ସଂକ୍ରମିତଙ୍କ ସଂଖ୍ୟା ଆକଳନ କରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଉଛନ୍ତି। ଗତ ୨୪ ତାରିଖ ଠାରୁ ପ୍ରତ୍ୟେକ ଦିନ ୨୦ଟି ଘରକୁ ଯାଇ ସ୍ୱାସ୍ଥ୍ୟଗତ ସମସ୍ୟା ବୁଝିବା ସହିତ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନତା କରି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା , ବାରମ୍କାର ସାବୁନରେ ହାତ ଧୋଇବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଲୋକମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.