Home ଜିଲ୍ଲା ପରିକ୍ରମା କରୋନା ସଚେତନତା ଅଭିଯାନ

କରୋନା ସଚେତନତା ଅଭିଯାନ

46

ନୟାଗଡ଼, ୧୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)କ:ନୟାଗଡ଼ ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ କମିଥିଲେ ମଧ୍ୟ ଭୟାବହତା ଏଯାଏଁ ମନରୁ ଛାଡ଼ିନାହିଁ। ଡିସେମ୍ବର ମାସର ଶେଷ ଆଡ଼କୁ ଏବଂ ଫେବୃଆରୀ ମାସ ପର୍ଯ୍ୟନ୍ତ ଶୀତ ଲହରି ଥିବାରୁ କରୋନା ଭୟାଭୟ ସମ୍ଭାବନା ରହିଛି। ଶୀତ ସକାଶେ ଏବେ ଗାଁ ଗାଁରେ ଥଣ୍ଡା, କାଶ ଏବଂ ଜ୍ୱର ଲାଗି ରହିଛି। ଥଣ୍ଡାକାଶ ଲୋକମାନଙ୍କୁ ବହୁଦିନ ଧରି ଲାଗି ରହୁଛି। ଯାହାକି ଥଣ୍ଡାକାଶ ଜ୍ୱରକୁ ନେଇ ଲୋକମାନଙ୍କ ମନରେ କରୋନା ସଂକୟମଣକୁ ନେଇ ଭୟ ସଂଜାର କରୁଛି। ସେଥିପାଇଁ ସଚେତନତା ଲୋଡ଼ା। ଏହି ପରିପ୍ରେକ୍ଷିରେ ନୟାଗଡ଼ ବ୍ଳକ କ୍ରଦାଶପୁର ପଂଚାୟତର କଂଚନବିଲି ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଁ କଲ୍ୟାଣ ସମିତିର ଆବାହକ ବିଷ୍ଣୁପ୍ରିୟା ପ୍ରଧାନଙ୍କ ଆବାହକତ୍ୱରେ ଗାଁ କଲ୍ୟାଣ ସମିତିର ସଦସ୍ୟ ସଦସ୍ୟା, ବିଭି୍‌ନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ନେଇ ଏକ କରୋନା ସଚେତନତା ଅଭିଯାନ କରାଯାଇଥିଲା। କରୋନା ସଚେତନତା ଆଭିମୁଖ୍ୟରେ ବିଭିନ୍ନ ଶ୍ଲୋଗାନ ଦେବା ସହିତ ଶୋଭାଯାତ୍ରାକାରୀମାନେ ଗାଁ ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ସାମାଜିକ କର୍ମୀ ଦୁତିବାମନ ବେହେରା, ଏଏନ୍‌ଏମ୍ ସନ୍ତୋଷିନୀ ଶତପଥୀ, ଆଶାକର୍ମୀ ଅନ୍ନପୂର୍ଣ୍ଣା ମହାପାତ୍ର, ଗାଁ ପରିମଳ ସଭାନେତ୍ରୀ ପ୍ରମିଳା ପ୍ରଧାନ, ୱାର୍ଡ଼ ମେମ୍ବର ରାଜକିଶୋର ନାୟକ, ୱାଡ଼ମେମ୍ବର ରଶ୍ମୀତା ଖଟେଇ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.