Home ଓଡ଼ିଶା କରୋନା ସଚେତନତା;ଯାଜପୁର ବିଧାୟକଙ୍କ ସହରରେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ମାନିଲେ ନାହିଁ ଲୋକେ

କରୋନା ସଚେତନତା;ଯାଜପୁର ବିଧାୟକଙ୍କ ସହରରେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ମାନିଲେ ନାହିଁ ଲୋକେ

269

ଭୁବନେଶ୍ୱର୨୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତକାଲି ଯାଜପୁର ଟାଉନରେ ‘ଜନତା କର୍ଫ୍ୟୁ’କୁ  ସମର୍ଥନ କରିଥିବା ବେଳେ କରୋନା ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ନିର୍ଦ୍ଦେଶକୁ ମାନିଲେ ନାହିଁ ବିଜେଡି ବିଧାୟକ ତଥା ବିଜେଡି ସଂଗଠନ ସଂପାଦକଙ୍କ ସହରର ଜନସାଧାରଣ । ଯାଜପୁର ଟାଉନ ପାଇଁ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗତକାଲିର ‘ଜନତା କର୍ଫ୍ୟୁ’କୁ ଲୋକଙ୍କ ସଫଳତାପୂର୍ଣ୍ଣ ସମର୍ଥନ ଦେଖି ଆଜି ଠାରୁ ଲାଗୁ ହୋଇଥିବା ଲଗ ଡାଉନକୁ ଲୋକେ ସମର୍ଥନ କରିବେ ବୋଲି ପ୍ରଶାସନ ଆଶାବାଦୀ ହାଇ ଉଠିଥିଲା। କିନ୍ତୁ ସହରର ସବୁ ବ୍ୟବସାୟୀ ଏହାକୁ ମାନି ନଥିବା ବେଳେ ସାଧାରଣଲୋକ ମାନି ନଥିବା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ବାଧ୍ୟ ହେଇ ଯାଜପୁର ଜିଲ୍ଲାପାଳ ଓ ଏସପି ରାସ୍ତାକୁ ଓହ୍ଲାଇଥିଲେ।ଜିଲ୍ଲାପାଳ ରଂଜନ କୁମାର ଦାସ ନିଜେ ବାଡି ଧରି ଲୋକଙ୍କୁ ତାଗିଦ୍ କରିଥିବା ବେଳେ ଏସପି ଚରଣ ସିଂ ମିନା ମଧ୍ୟ ଅଯଥାରେ ରାସ୍ତାରେ ବୁଲି ବିନା କାରଣରେ ଭିଡ ବଢ଼ାଉଥିବା ଲୋକଙ୍କୁ ତାଗିଦ କରିଥିଲେ। ପ୍ରଶାସନ ଲୋକଙ୍କୁ ଆଉ ଅନୁରୋଧ ପୂର୍ବକ କୋହଳ ମନୋବୃତି ନକରି ନିର୍ଦେଶ ନମାନିଲେ କେବଳ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି  ସ୍ପଷ୍ଟ କରିଥିବା ଦେଖିବାକୁ ମିଳିଥିଲା । ସୁଚନାଯୋଗ୍ୟ-ଗତକାଲି ବିଧାୟକ ତାଙ୍କ ନିଜ ସହରରେ ଜନସାଧାରଣ ‘ଜନତା କର୍ଫ୍ୟୁ’କୁ  ସମର୍ଥନ କରିଥିବା କାରଣରୁ ବିଧାୟକ ମହୋଦୟ ଗଣମାଧ୍ୟମରେ ତାଙ୍କ ନିର୍ବାଚନ ମଣ୍ଡଳି ଜନସାଧରଣଙ୍କୁ କରତାଳି ମାରି ସ୍ୱାଗତ କରିବା ଫଟୋ ଭାଇରାଲ ହେବା ଦେଖିବାକୁ ମିଳିଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.