ମାଲକାନଗିରି,୩ା୪(ଓଡିଆ ପୁଅ ) ପୁଣି କରୋନା ମହାମାରି ଲେଉଟିଥିବାରୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଆସନ୍ତା ୫ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ସନ୍ଧ୍ୟାରେ ଘୋଷଣା କରାଯାଇଛି । ଏହା ରାତ୍ର୧୦ଟା ଠାରୁ ଆରମ୍ଭ ହୋଇ ତାପରଦିନ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରହିବ । କର୍ଫ୍ୟୁ ସମୟରେ କେହି ଘରୁ ବାହକୁ ଯିବେ ନାହିଁକି କୌଣସି ଯାନବାହନ ଚଳା କରିବନାହିଁ ,ଦୋକାନବଜାର ଗୁଡିକ ବନ୍ଦରହିବ ।କେବଳ ଜରୁରୀ ସମୟରେ ହସପିଟାଲ କୁ ଆମ୍ବୁଲାନ୍ସ ଗୁରୁତର ରୋଗିଙ୍କୁ ନେଇ ଯାଇପାରିବ,ରନ୍ଧଗ୍ୟାସ, ଖିରଗାଡି, ଅତ୍ୟାବଶ୍ୟକିୟ ସାମଗ୍ରୀ ଗାଡି ଗୁଡିକ କୋଭିଡ ନିୟମ ପାଳନକରି ଚଳାଚଳ କରିବାପାରିବ ଓ ଔଷଧ ଦୋକାନ ଗୁଡିକ ଖୋଲାରହିବ ବୋଲି ଏକ ପ୍ରେସ ନୋଟ ମାଧ୍ୟମରେ ଜିଲ୍ଲାପାଳ ଦାଇତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଜଲସାଧାରଣ ଙ୍କୁ ସୁଚନା ଦେଇଛନ୍ତି । ସୁଚନା ଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାର ଗଣପବ ର୍ ବଡଯାତ୍ରା ଭିଡ ପାଇଁ ଗତ ୨୩ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରାଯାଇଥିଲା ।