Home ଓଡ଼ିଶା କରୋନା ଯୋଦ୍ଧା କବରାପାଲି ସବ ସେଣ୍ଟର ଏଏନମ ଜ୍ୟୋସ୍ନା ମହନ୍ତଙ୍କ ଅକାଳ ବିୟୋଗ

କରୋନା ଯୋଦ୍ଧା କବରାପାଲି ସବ ସେଣ୍ଟର ଏଏନମ ଜ୍ୟୋସ୍ନା ମହନ୍ତଙ୍କ ଅକାଳ ବିୟୋଗ

221

ସମ୍ବଲପୁର ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସରକାରୀ ଚାକିରୀ କୁ ଆଉ ୫ ବର୍ଷ ଥିବା ବେଳେ ଅକାଳରେ ଆଜି ଜଣେ କରୋନା ଯୋଦ୍ଧାଙ୍କ ଦେହାନ୍ତ ହୋଇଛି। ସମ୍ବଲପୁର ଜ଼ିଲ୍ଲା ଯୁଜୋମୁରା ବ୍ଲକ ଅନ୍ତର୍ଗତ କବରାପାଲି ସବ ସେଣ୍ଟର ଏଏନମ ଜ୍ୟୋସ୍ନା ମହନ୍ତ ଙ୍କ ମୃତ ଦେହ ତାଙ୍କ ସରକାରୀ କ୍ୱାଟରୁ ଉଦ୍ଧାର କରାଯାଇଛି। ଗତ କାଲି ସଙ୍ଗରୋଧ କେନ୍ଦ୍ରରେ କାମ ସାରି ସନ୍ଧ୍ୟା ୭ ଟାପର୍ଯ୍ୟନ୍ତ ସରକାରୀ କାମ ସାରି କବାଟ ବନ୍ଦ କରି ସେ ଶୋଇଥିଲେ। ତେବେ ଆଜି ସକାଳେ କବାଟ ଖୋଲା ନ ହେବା, ବାହାର ଲାଇଟ ଜଳୁଥିବା ଦେଖି ଲୋକେ ସଂନ୍ଦେହେ କରି ଲୋକଙ୍କୁ ଡକା ଡ଼କି କରି ଶେଷରେ କବାଟ ଭାଙ୍ଗି ଥିଲେ। ତେବେ ଖଟ ଉପରେ ଜ୍ୟୋସ୍ନା ଙ୍କ ମର ଶରୀର ପଡ଼ିଥିଵା ଏବଂ ମୁହଁ ରୁ ଫେଣ ବାହାରୁ ଥିବା ଦେଖି ଲୋକେ ସଦର ଥାନା କୁ ସୂଚନା ଦେଇଥିଲେ। ପଡ଼ିଆବାହାଲ ର ଡାକ୍ତର ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳକୁ ସଦର ଥାନା ଅଧିକାରୀ ଚିନ୍ତାମଣି ପ୍ରଧାନ ପହଂଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବୁର୍ଲା ପଠେଇ ଥିଲେ। ଖବର ପାଇଁ ପଡ଼ିଆବାହାଲ, ଯୁଜୋମୁରାଆଦି ଅଂଚଳରୁ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ସହିତ ଆଶା, ଏଏନମ ମାନେ ପହଂଚି ଅନ୍ତିମ ଦର୍ଶନ କରିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ଜ୍ୟୋସ୍ନା ବିବାହ କରିଥିଲେ ମଧ୍ୟ ଗତ ୧୨ /୧୫ ବର୍ଷ ହେବ ସ୍ୱାମୀ ସ୍ତ୍ରୀ ମତାନ୍ତର ହୋଇ ଏକାକୀ ରହୁଥିଲେ। ଜ୍ୟୋସ୍ନା ଙ୍କ ନିଜ ଘର କଟକ ଜ଼ିଲ୍ଲା ସାଲେପୁର ଅଟେ। ଆସନ୍ତା କାଲି ତାଙ୍କ ଭାଇ ସାଲେପୁର ରୁ ପହଂଚିଲା ପରେ ବ୍ୟବଛେଦ ପରେ ଶବ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି। ଜ୍ୟୋସ୍ନା ଙ୍କ ମୃତ୍ୟୁ ଖବର ପାଇଁ ଯୁଜୋମୁରା ବ୍ଲକ ପୂର୍ବତନ ଅଧକ୍ଷ ଶରତ ସାହୁ, ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ପହଂଚି ମର ଶରୀରରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.