Home ଜିଲ୍ଲା ପରିକ୍ରମା କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ମା’ ସିଦ୍ଧଦୁର୍ଗା ଯୁବ ସଙ୍ଗଠନ

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ମା’ ସିଦ୍ଧଦୁର୍ଗା ଯୁବ ସଙ୍ଗଠନ

64

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ନେଉଥିବା ବେଳେ ଲକଡ଼ାଉନ ଯୋଗୁଁ ଲୋକେ ନାନାଦି ଦୁର୍ଦ୍ଦଶା ଭୋଗ କରି ଆସୁଛନ୍ତି । ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ମଧ୍ୟରେ ଲକ ଓପନ ହୋଇଯାଇଥିବାରୁ ପରିସ୍ଥିତିରେ ସୁଧାର ଆସିପାରୁ ନାହିଁ । ଅପରପକ୍ଷେ କାରୋନା ବିରୁଦ୍ଧରେ ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କର ଲଢେଇ ଜାରୀ ରଖିଛନ୍ତି । ଏ ପରିପ୍ରେକ୍ଷୀରେ ଭଦ୍ରକ ବ୍ଲକ ବରପଦାସ୍ଥ ମା’ସିଦ୍ଧଦୁର୍ଗା ଯୁବସଙ୍ଗଠନ ପକ୍ଷରୁ ଲକଡ଼ାଉନ ଠାରୁ ଗରିବ ଅସହାୟ ପରିବାରକୁ ରନ୍ଧା ଓ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ଯୋଗାଇ ଦେବା ସହିତ କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସମ୍ବର୍ଦ୍ଧନା ଦେଇ ଆସୁଛନ୍ତି । ଆଜି ସକାଳ ୧୧ ଘଟିକା ସମୟରେ ଯୁବସଙ୍ଗଠନର ଅଧ୍ୟକ୍ଷ ଭରତ ଚନ୍ଦ୍ର ବାରିକଙ୍କ ତତ୍ୱାବଧାନରେ ଜିତେନ୍ଦ୍ର ବେହେରା, ସାମ୍ବାଦିକ ହେମନ୍ତ ସିଂହ, ସମାଜସେବୀ ଭୀମସେନ ସାମଲ, ସମାଜସେବିକା ମମତା ମହାନ୍ତି, ରିତିକା ରାୟ, ସୁକାନ୍ତ ବେହେରା, ତ୍ରିଲୋଚନ ମହାପାତ୍ର, ପଦ୍ମଲୋଚନ ବେହେରା, ଭରତ ସେଠୀ, ନିତ୍ୟାନନ୍ଦ ଜେନା, ସଞ୍ଜୟ ବାରିକ ଭଦ୍ରକ ଗ୍ରାମଞ୍ଚଳ ଥାନାରେ ଉପସ୍ଥିତ ରହି କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ବାଦିକ ହେମନ୍ତ ସିଂହ କରୋନାର ଭୟାବହତା ଉପରେ ଅଲୋକପାତ କରିବା ସହିତ ସଙ୍ଗଠନର ଦୀର୍ଘ ଅଢେଇମାସ ଧରି ସେବାକାର‌୍ୟ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଥାନା ଓଆଇସି ପ୍ରଭାଂଶୁ ଶେଖର ମିଶ୍ର, ଏସଆଇ ଛତିସ କୁମାର ଗଛି, ଦିପ୍ତିମଞ୍ଜରୀ ବଡ଼ଜେନା, ଏସଆଇ ଯତୀନ୍ଦ୍ରନାଥ ସିଙ୍କୁ, ଗୁନରାଣୀ ଖଟୁଆ ପ୍ରମୁଖଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବାକାର‌୍ୟ୍ୟ ନିମନ୍ତେ ପୁଷ୍ପଗୁଚ୍ଚ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଥାନା ପକ୍ଷରୁ ରାଜପଥରେ ଯାଉଥିବା ପଥଚାରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧାଖାଦ୍ୟ ନିମନ୍ତେ ଚାଉଳ, ଡ଼ାଲି, ପନପରିବା, ତେଲ ଇତ୍ୟାଦି ସଙ୍ଗଠନ ପକ୍ଷରୁ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.