Home ଜିଲ୍ଲା ପରିକ୍ରମା କରୋନା ମୁକାବିଲା ନିମନ୍ତେ ରିଲିଫ ପାଣ୍ଠିକୁ ଦାନ

କରୋନା ମୁକାବିଲା ନିମନ୍ତେ ରିଲିଫ ପାଣ୍ଠିକୁ ଦାନ

119

ପୁରୀ, ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ପୁରୀଜିଲ୍ଲା ଓଏସ ସଂଘ ପକ୍ଷରୁ ୪୩ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛି। ଏହି ରାଶିର ଏକ ଚେକ୍ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂଙ୍କୁ ସଂଘର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଡେପୁଟି କଲେକ୍ଟର ସୁମନ୍ତ କର, ଲକ୍ଷ୍ମୀଧର ମହାରଣା, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ କାର୍ଯ୍ୟରତ ଓଏସ ଅଧିକାରୀ ପ୍ରମୁଖ ଅନଲାଇନ୍ ମାଧ୍ୟମରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିସାରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ୧ଲକ୍ଷ ୧୩ ହଜାର ୩ଶହ ଟଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟାଳୟ ଅଧିନରେ ଥିବା ସିଡିପିଓ ମାନଙ୍କ ସହଯୋଗରୁ ଏହି ରାଶି ପ୍ରଦାନ କରାଯାଇଛି। ସେହିପରି ଆର୍ଯ୍ୟକାନ୍ତ ପଟ୍ଟନାୟକ ୫୦ହଜାର, ଝିମିଲି ପଟ୍ଟନାୟକ ୫୦ହଜାର, ନେତ୍ରାନନ୍ଦ ବୋଇ ୧ଲକ୍ଷ ଟଙ୍କା, ବଜାର ସଂଘ ୧୦ହଜାର, କଣାସ ବରିଷ୍ଠ ନାଗରିକ ମଂଚ ୫୦ହଜାର, ସୁରେନ୍ଦ୍ର କୁମାର ପଟ୍ଟନାୟକ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏ ପର୍ଯ୍ୟନ୍ତ ଜିଲ୍ଲାର ୧୦୦ଟି ସଂସ୍ଥା ଏବଂ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ୩୨ଲକ୍ଷ ୧୬ହଜାର ୨୨୬ଟଙ୍କା ଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.