Home କେନ୍ଦୁଝର କରୋନା ମାଡର ଶୀକାର ହେଉଛନ୍ତି ମଧ୍ୟବିତ ପରିବାର, ଚା, ପାନ ଦୋକାନୀ ଓ ଷ୍ଟୁଡିଓ ଦୋକାନୀ

କରୋନା ମାଡର ଶୀକାର ହେଉଛନ୍ତି ମଧ୍ୟବିତ ପରିବାର, ଚା, ପାନ ଦୋକାନୀ ଓ ଷ୍ଟୁଡିଓ ଦୋକାନୀ

232

ହାଟଡ଼ିହି-୨୫ /୪, ସମଗ୍ର ଦେଶରେ କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ଲକଡାଉନ ଲାଗୁ କରିଛନ୍ତି । ଯାହାଦ୍ୱାରାକି ସମଗ୍ର ଦେଶରେ ଲୋକମାନେ ଘର ଭିତରେ ଆବଦ୍ଧ ହୋଇ ରହିଛନ୍ତି । ଯଦିଓ ଏହା ମାନବଜାତିକୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ସମସ୍ତେ ଏହାକୁ ମାନିନେଇ ଲକଡାଉନରେ ଅଛନ୍ତି । ସରକାର ଏହା ଭିତରେ ଗରିବ ମାନଙ୍କ ପାଇଁ ରାସନକାର୍ଡରେ ୩ମାସର ଚାଉଳ, ଗହମ, କିରୋସିନି ଓ ଏକ ହଜାର ଟଙ୍କାର ସହାୟତା ପ୍ରଦାନ କରିସାରିଛନ୍ତି । ଏପରିକି କେନ୍ଦ୍ର ସରକାର ସେମାନଙ୍କ ପାଇଁ ତିନିମାସର ଗ୍ୟାସ ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇ ଗୋଟିଏ ଗୋଟିଏ ଉଜ୍ଜାଲା ଗ୍ୟାସ ସିଲିଣ୍ଡର ମଧ୍ୟ ଦେଇଛନ୍ତି । କିନ୍ତୁ ଅନେକ ଲୋକ ବିପିଏଲ ତାଲିକାରୁ ବାଦ ପଡିଥିବା ମଧ୍ୟବିତ ପରିବାର ଲୋକ ରାସନକାର୍ଡରୁ ବାଦ ପଡିବାରୁ ସେମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲେବି କେହି ସେମାନଙ୍କ କଥା ଶୁଣିବାକୁ କେହି ନାହିଁ । ଅନ୍ୟପକ୍ଷରେ ଲକଡାଉନ ଦିନଠାରୁ ଆଜି ପର୍ଯ୍ୟନ୍ତ ଜଳଖିଆ ଦେକାନ, ପାନ ଦୋକାନ ଓ ଚା ଦେକାନ କରି ସାଇକେଲ ଦୋକାନୀ, ଫଟୋ ଦୋକାନୀ ମାନେ ସେମାନଙ୍କ ବ୍ୟବସାୟ କରି ପେଟପୋଶୁଥିବା ଲୋକମାନେ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଗୋଟିଏ ଦିନ ରୋଜଗାର କଲେ ଯାଇ ସେମାନଙ୍କ ଘରେ ଚୁଲି ଜଳେ । କିନ୍ତୁ ଆଜକୁ ମାସେ ହେଲା ଦୋକନପତ୍ର ବନ୍ଦ କରି ଘରେ ବସିଥିବାବେଳେ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡୁଛି । କେଶବ ପ୍ରଧାନ ନାମକ ଜଣେ ବ୍ୟକ୍ତି ଛେନାପଦିଛକରେ ଘରଭଡା ନେଇ ରହିବା ଚା ଦୋକାନ କରି ପରିବାର ଚଳାଇଥାନ୍ତି । ଯାହା ରୋଜଗାର ହୁଏ ସେଥିରେ ୬ଜଣ ପରାଣି କୁଟୁମ୍ବ ପୋଷିବା ସହିତ ଝିଅଙ୍କ ପଢ଼ାଖର୍ଚ୍ଚ ମଧ୍ୟ ହୁଏ । ସେ ଆଜକୁ ମାସେ ହେଲା ଘରେ ବସିରହିଛନ୍ତି । ଧାର କରଜ କରି ପରିବାର ଚଳାଇ ଚାଲିଛନ୍ତି । ସେହିପରି ନିରାକାର ଦାସ ନାମକ ଜଣେ ପାନ ଦୋକାନୀ । ସେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ଔଷଧ ଖର୍ଚ୍ଚ ଭରଣା କରିବାସହ ୪ପରାଣି କୁଟୁମ୍ବଙ୍କ ମୁହଁରେ ଦାନା ଦେଇଥାନ୍ତି । କିନ୍ତୁ ମାସେହେଲା ପାନ ଦୋକାନ ବନ୍ଦ ହୋଇଯିବାରୁ ଦୋକାନରେ ଯାହାବି କିଛି ସାମଗ୍ରୀ ଥିଲା ତାହାତ ନଷ୍ଟ ହେଲା ପୁଣି ସେଥିରେ ପରିବାରର ବୋଝ ସମସ୍ୟାକୁ ଦ୍ୱିଗୁଣିତ କରିଛି । ସେହିପରି ଭୀମସେନ ଜେନା ନାମକ ଜଣେ ବ୍ୟକ୍ତି ସାଇକେଲ ମରାମତି କରି ଗୁଜୁରାଣ ମେଣ୍ଟାଉଥିବାବେଳେ ମାସେ ହେଲା ବନ୍ଦ ହୋଇଯାଇ ଥିବାରୁ ବହୁ ଦୁଖକଷ୍ଟରେ କାଳାତିପାତ କରୁଛନ୍ତି । ସରକାର ମଧ୍ୟବିତ ପରିବାର ପାଇଁ କୌଣସି ଯୋଜନା କରିନଥିବାରୁ ଏମାନେ ସାଧାରଣତଃ ସମାଜରେ ଅଲୋଡା ହୋଇପଡିଛନ୍ତି । କରୋନା ମହାମାରୀ ସମୟରେ ସରକାର ସମସ୍ତଙ୍କ ପାଇଁ ସମାନ ସୁବିଧା ସୁଯୋଗ ଓ ସରକାରୀ ସହାୟତା ଯୋଗାଇଦେବା ଜରୁରୀ ବୋଲି ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.