Home ଜିଲ୍ଲା ପରିକ୍ରମା କରୋନା ମହାମାରୀ ସମୟରେ ଭିନ୍ନକ୍ଷମଙ୍କୁ ସହାୟତା

କରୋନା ମହାମାରୀ ସମୟରେ ଭିନ୍ନକ୍ଷମଙ୍କୁ ସହାୟତା

168

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ବିଷ୍ଣୁପୁରବିନ୍ଧା ଗ୍ରାମପଞ୍ଚାୟତର ବିଷ୍ଣୁପୁର-ମୁସ୍‌ଲିମ୍ ବସ୍ତିରେ ଭିନ୍ନକ୍ଷମ ମାନଙ୍କୁ ସଦ୍‌ଭାବନା ବାର୍ତ୍ତା ଶୁଣାଇଛନ୍ତି ମାନବାଧିକାର କର୍ମୀ ତଥା ସୁପ୍ରିମ୍‌କୋର୍ଟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀ । ସମଗ୍ର ବିଶ୍ୱ ଯେତେବେଳେ କରୋନା ମହାମାରୀକୁ ନେଇ ଆତଙ୍କିତ । ଜୀବନ ଓ ଜୀବିକା ତ୍ରିଶଙ୍କୁ ଅବସ୍ଥାରେ ପହଞ୍ôଚଛି, ସେତେବେଳେ ସରକାରୀ ଅବହେଳାର ସମ୍ମୁଖୀନ ହୋଇଥିବା ଭିନ୍ନକ୍ଷମଙ୍କୁ ସହାୟତାର ହାତ ବଢାଇଛନ୍ତି ଶ୍ରୀ ତ୍ରିପାଠୀ । ପ୍ରାୟ ୩୦ ଟି ପରିବାରର ଅବହେଳିତ ବ୍ୟକ୍ତିଙ୍କୁ ଏକମାସର ରାସନ୍ ସାମଗ୍ରୀ ଯୋଗାଇ ଦେବା ସହିତ ସେମାନଙ୍କର ମୌଳିକ ଅସୁବିଧାକୁ ପଚାରି ବୁଝିଛନ୍ତି ସେ । ଏବଂ ଲିଖିତ ଭାବେ ସେମାନଙ୍କର ସମସ୍ୟାକୁ ଗ୍ରହଣ କରିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତାର ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ଯଦି ଉକ୍ତ ସମସ୍ୟାର ସମାଧାନ ନହୁଏ, ସେ ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ଉପସ୍ଥାପନ କରିବେ ବୋଲି କହିଛନ୍ତି । ତାଙ୍କୁ ଏହି ମହତ୍ କାର୍ଯ୍ୟରେ ସ୍ଥାନୀୟ ସମାଜସେବୀ ଜଗନ୍ନାଥ କର ଓ ହାକିମୁଦ୍ଦିନ୍ ସହଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.