Home ଓଡ଼ିଶା କରୋନା ମହାମାରୀ ସମୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସ୍ଥିତି ହେବ ଆହୁରି ଗମ୍ଭୀର

କରୋନା ମହାମାରୀ ସମୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସ୍ଥିତି ହେବ ଆହୁରି ଗମ୍ଭୀର

128

ବଲାଙ୍ଗୀର ୩୦-୭, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ କରୋନା ଯୁଦ୍ଧକୁ ମାତ ଦେବା ପାଇଁ ଯୋଦ୍ଧାଙ୍କ ଅଭାବ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ହେବ ବିରାଟ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ନରସିଂହ ମିଶ୍ର।

ଜିଲ୍ଲାରେ କୋରୋନା ମହାମାରୀ ସମୟରେ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ଵାସ୍ଥ୍ୟ ସେବା। ବର୍ତ୍ତମାନ ଜିଲ୍ଲାରେ ୧୦୦ ରୁ ଉର୍ଦ୍ଧ୍ୱ ଡାକ୍ତର ପଦବୀ ଖାଲି। ବ୍ୟବସ୍ଥା କେବେ ସୁଧୁରିବ ତାକୁ ନେଇ ଉଠିଛି ଏବେ ବଡ ପ୍ରଶ୍ନ । ମାଓ ପ୍ରଭାବିତ ତଥା ଅନୁନ୍ନତ ଜିଲ୍ଲାରେ ଏବେ ସ୍ଵାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବିଶେଷ କରି କୋରୋନା ମହାମାରୀରେ ଵଲାଙ୍ଗୀର ଏବେ ବିପଦ ଜୋନରେ ଥିବା ବେଳେ ଏଭଳି ସମୟରେ ଏଠି ଡାକ୍ତରଙ୍କ ରହିଛି ଘୋର ଅଭାବ।

ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଠି ଡାକ୍ତର ଅଭାବ ରହିଛି। ତେବେ ସୂଚନା ଅନୁସାରେ ଜିଲ୍ଲାରେ ଅନୁମୋଦିତ ଡାକ୍ତର ସଂଖ୍ୟା ୨୬୧ ଥିବା ବେଳେ ଡାକ୍ତର ଅଛନ୍ତି ମାତ୍ର ୧୬୧। ଜିଲ୍ଲାରେ ଏଭଳି ବିପଦ ସମୟରେ ୧୦୦ ଡାକ୍ତର ପଦବୀ ଖାଲି ପଡ଼ିଛି। ମହାମାରୀ ଯୁଦ୍ଧରେ ବଲାଙ୍ଗୀରରେ ଯୋଦ୍ଧାଙ୍କ ଅଭାବ ଦେଖାଦେଇଥିବାବେଳେ କିଛି ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଛୁଟିରେ ଥିବା ଏହି ସମସ୍ୟାକୁ ଆହୁରି ଜଟିଳ କରିଛି। ଏଥିଯୋଗୁଁ ଜିଲ୍ଲାର ଦୁଇ ସଦର ମହକୁମା ତଥା ୧୪ ଟି ବ୍ଲକରେ ଥିବା ପିଏଚସି, ସିଏଚସି ସବୁଠି ଏହି ଡାକ୍ତର ଅଭାବ ଯୋଗୁଁ ସ୍ଵାସ୍ଥ୍ୟ ସେବା ଉପରେ ବିଶେଷ ପ୍ରଭାବ ପକାଇଛି।

ସୂଚନା ଅନୁସାରେ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳ ଖପ୍ରାଖୋଲ ତୁରେଇକେଲା ଓ ସିନ୍ଧେକେଲାରେ ଏହି ସମସ୍ୟା ଅଧିକ ଗୁରୁତର ରହିଛି। ତେବେ ପ୍ରାୟତଃ ୫୦ ପ୍ରତିଶତ ଡାକ୍ତର ଜିଲ୍ଲାରେ ଥିବା ବେଳେ ସେଥିରେ ଚାଲିଛି ସ୍ଵାସ୍ଥ୍ୟ ସେବା। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତଥା ସ୍ଵାସ୍ଥ୍ୟ ବିଭାଗ ଅନେକ ଥର ସରକାର ଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ।

ଏଭଳି ମହାମାରୀ ସମୟରେ ଡାକ୍ତର ଅଭାବ ଏବେ ବଡ଼ ସମସ୍ୟା ଏହାକୁ ନେଇ ଆଜି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ନେଇ ସାକ୍ଷାତ କରିଥିଲେ ଓ ଶିଘ୍ର ଆମ ଜିଲ୍ଲା ରୁ ଅନ୍ୟ ଜିଲ୍ଲାକୁ ଯାଇଥିବା ଡ଼ାକ୍ତରଙ୍କୁ ତୁରନ୍ତ ଫେରାଇ ଆଣନ୍ତୁ ନହେଲେ ଆଗାମୀଦିନରେ ଏହାକୁ ନେଇ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଚନ୍ତି।

ସରକାର କେବେ ଏହି ସବୁ ଖାଲି ପଦବୀ ପୂରଣ କରିବେ ଓ ଲୋକେ କେବେ ଉଚିତ ସ୍ଵାସ୍ଥ୍ୟ ସେବା ଠିକ୍ ସମୟରେ ପାଇପାରିବେ ତାହା ଏବେ ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.