Home ଜିଲ୍ଲା ପରିକ୍ରମା କରୋନା ମହାମାରୀ ଯୋଗୁଁ ଫିକା ପଡିଗଲା ଗଣେଶ ପୂଜା

କରୋନା ମହାମାରୀ ଯୋଗୁଁ ଫିକା ପଡିଗଲା ଗଣେଶ ପୂଜା

159

ପୁରୀ, ୨୩/୮ (ଓଡ଼ିଆ ପୁଅ/ବିଡୟ ପଟ୍ଟନାୟକ) -କରୋନା ମହାମାରୀ ଯୋଗୁଁ ଜିଲା ପ୍ରଶାସନ ର କଟକଣା କୁ ସମ୍ମାନ ଜଣାଇ କୌଣସି ପୂଜା ମଣ୍ଡପ ରେ ଗଣେଶ ପୂଜା ଅନୁଷ୍ଠିତ ହୋଇନାହିଁ। ଗଣେଶ ପୂଜା ପୁରୀ ସହରର ଏକ ମୁଖ୍ୟ ପୂଜା ଭାବେ ପାଳିତ ହୋଇଥାଏ। ସିଂହଦ୍ୱାର ଠାରୁ ଶରଧାବାଲି ପର୍ଯ୍ୟନ୍ତ ଓ ସହରର ଅନ୍ୟାନ୍ୟ ଗଳି କନ୍ଦି ଗୁଡିକରେ ଗଣେଶ ପୂଜା ଯାକଯମକରେ ପାଳିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଜିଲା ପ୍ରଶାସନ ର କଟକଣା ଯୋଗୁଁ ସିଂହଦ୍ୱାର ଠାରୁ ଶରଧାବାଲି ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ୱ ରେ ଗଣେଶ ପୂଜା ଦେଖାଯାଇ ନଥିଲା। ଗଣେଶ ପୂଜା ପାଇଁ ବଡଦାଣ୍ଡ ଉତ୍ସବ ମୁଖରିତ ହୋଇଥିବା ବେଳେ ଆଜି ସଂପୂର୍ଣ୍ଣ ରାସ୍ତା ସୁନ୍ ସାନ୍ ହୋଇଯାଇଛି। ବିଭିନ୍ନ ପୂଜା ମଣ୍ଡପ ରେ ଆଡମ୍ବର ସହକାରେ ଗଜାନନଙ୍କର ପୂଜା ଅନୁଷ୍ଠିତ ହୋଇଥାଏ କିନ୍ତୁ କରୋନା ଯୋଗୁଁ ଆଜି କୌଣସି ପୂଜା ମଣ୍ଡପ ରେ ଯାକଯମକରେ ପୂଜା ଅନୁଷ୍ଠିତ ହୋଇନଥିବା ଦେଖାଯାଇଛି। ଶ୍ରୀମନ୍ଦିର ରେ ଆଜି ବିଘ୍ନ ରାଜ ଙ୍କର ପାରମ୍ପରିକ ପୂଜା ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିନା ଭକ୍ତରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ଦେଖାଯାଇଥିଲା। ଗଣେଶ ପୂଜା ଅବସରରେ ଛାତ୍ର ଛାତ୍ରୀ ମାନେ ନବବସ୍ତ୍ର ପରିଧାନ କରି ଘରେ ଗଜାନନ ଙ୍କର ପୂଜା କରି ପୁଷ୍ପାଞଳୀ ଅର୍ପଣ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଆଜି ନିଡାମ୍ବର ଭାବେ ବିଧି ରକ୍ଷା ପାଇଁ ପୂଜା କରାଯାଇଥିଲା। କରୋନା ପିଲାମାନଙ୍କ ମନରୁ ଆନନ୍ଦ, ଉଲ୍ଲାସ ଲିଭାଇ ଦେଇଛି। ସମସ୍ତେ ଆସନ୍ତା ବର୍ଷ ପୂଜାକୁ କିପରି ଯାକଯମକରେ ପାଳନ କରିପାରିବେ ସେଥିପାଇଁ ଗଜାନନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.