Home କେନ୍ଦୁଝର କରୋନା ଭୟରେ ବ୍ଲକରେ ତାଲା ପଡିଲା

କରୋନା ଭୟରେ ବ୍ଲକରେ ତାଲା ପଡିଲା

230

ହାଟଡିହି ୨୭ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କରେନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଓ ବ୍ଲକରେ ଦୈନିକ ଶହଶହ ଲୋକ ଭିନ୍ନ ଭିନ୍ନ ପଞ୍ଚାୟତରୁ ଆସି ଏକତ୍ରିତ ହେଉଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଗେଟରେ ତାଲା ପକାଯାଇଛି । ଏବେ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏପରି ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି । ବ୍ଲକ ଭିତରକୁ କେବଳ କର୍ମଚାରୀଙ୍କ ବ୍ୟତିତ ଆଉ କାହାରିକୁ ଛଡା ଯାଉ ନାହିଁ । ଯାହାର ଯାହା ଅଭିଯୋଗ ଅଛି ସେମାନେ ଗେଟ ପାଖରେ ଦେଇ ପଳାଇ ଯିବାକୁ ପରାମର୍ଶ ଦିଆଯାଉଛି । ଜଣେ କର୍ମଚାରୀ ଗେଟ ପାଖରେ ବସି ଅଭିଯୋଗ ଗୁଡିକୁ ଗ୍ରହଣ କରୁଛନ୍ତି । ସେହିପରି ଯଦି କାହାର କିଛି ଗୁରୁତ୍ୱପୁର୍ଣ୍ଣ କାମ ଅଛି ତେବେ ସେମାନଙ୍କୁ ଅଧିକାରୀଙ୍କ ସହ ଫୋନରେ କଥା ହେବାକୁ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.