କେନ୍ଦ୍ରାପଡା ୧୯/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରତିଭା ପୂଜା ସଂସଦ ଚଳିତ ମାସରେ ତିନିଗୋଟି ସର୍ବଦଳୀୟ ସ୍ମୃତିସଭାକୁ ସ୍ଥଗିତ ରଖିଥିବା ସୂଚନା ଦେଇଛି। ସଂସଦ ପକ୍ଷରୁ ବିଭିନ୍ନ ସମୟରେ ସମାଜରେ ନିଜର ପ୍ରତିଷ୍ଠା ବଳରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କର ସ୍ମୃତିସଭା ଓ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ। ଚଳିତ ପିଢିଙ୍କୁ ସେମାନଙ୍କ ସମ୍ପର୍କରେ ଅବଗତ କରାଇଥାଏ। ଏହି କ୍ରମରେ ଚଳିତମାସରେ ହେବାକୁଥିବା ବିଦ୍ୱାନ ବ୍ୟକ୍ତି ଯଥାକ୍ରମେ ସ୍ୱର୍ଗତ ଡା. ସରୋଜକାନ୍ତ କାନୁନ୍ଗୋ, ପୂର୍ବତନ ମନ୍ତ୍ରୀ ପ୍ରହ୍ଲାଦ ମଲ୍ଲିକ, ପୂର୍ବତନ ସାଂସଦ ଗୟାଚାନ୍ଦ ଭୂୟାଁଙ୍କର ସ୍ମୃତିସଭାକୁ ସ୍ଥଗିତ ରଖାଯାଇଥିବା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଂସଦ ପକ୍ଷରୁ ଅବଗତ କରାଯାଇଛି। ଏହି କାର୍ଯ୍ୟକ୍ରମ ପରବର୍ତ୍ତି ସମୟରେ କରାଯିବା ପାଇଁ ସଂସଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ଚିନ୍ମୟ ପ୍ରସାଦ ବେଉରା, ପ୍ରଫୁଲ୍ଲ ଦାସ, ଗୋଲେଖ ପଢିଆରୀ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।