Home ଓଡ଼ିଶା କରୋନା ବିପତ୍ତି ବେଳେ ତାମିଲନାଡୁ ସରକାରଙ୍କ ମାର୍ଗଦର୍ଶିକା ସାଜିଲେ କାଶୀପୁର ପୁଅ

କରୋନା ବିପତ୍ତି ବେଳେ ତାମିଲନାଡୁ ସରକାରଙ୍କ ମାର୍ଗଦର୍ଶିକା ସାଜିଲେ କାଶୀପୁର ପୁଅ

217

ରାୟଗଡା, ୯।୭ (ଓଡ଼ିଆ ପୁଅ/ ପି. ମନୁଶ୍ରୀ)- ତାମିଲନାଡୁ ସରକାରଙ୍କ ମାର୍ଗଦର୍ଶିକା ସାଜିଲେ କାଶୀପୁର ପୁଅ। କରୋନା ବିପତ୍ତି ବେଳେ ଅର୍ଥନୌତିକ ସ୍ଥିତିରେ ସୁଧାର ଆଣିବା ଦିଗରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପାନୁଷ୍ଟାନ (ଏମଏସଏମଇ)ର ଭୂମିକା ସମ୍ପର୍କରେ ଏକ ବିସୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏହି ଓଡିଆ ପୁଅ ସନ୍ତୋଷ କୁମାର ସାହୁ।

ମାଡ୍ରାସ ଆଇଆଇଟିରେ ଅର୍ଥନୌତିକ ମାନବସମ୍ବଳ ଏବଂ ସାମାଜିକ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ସାହୁ। ସେହିପରି ମାନବସମ୍ବଳ ଏବଂ ସାମାଜିକ ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ସୁବାଷ ଶଶିଧରନ ଏବଂ କାସିନୋ ଟ୍ରୀ ଅନୁଷ୍ଠାନର ନିର୍ବାହ ନିର୍ଦ୍ଦେଶକ ଆରକେ ଜୟବଳନ ମିଳିତ ରୂପେ ଏକ ବିସୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କୋଭିଡ-୧୯ ଏବଂ ଲକଡାଉନ ବେଳେ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିକୁ ନଜରରେ ରଖି ଏମଏସଏମଇ ଜରିଆରେ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ଉଦ୍ଦ୍ୟେଶରେ ତାମିଲନାଡୁ ସରକାରଙ୍କ ନିକଟରେ ନିଜ ରିପୋର୍ଟ ଉପସ୍ଥାପନ କରିଛନ୍ତି। ତାମିଲନାଡୁ ଶିଳ୍ପମନ୍ତ୍ରୀ, ଶିଳ୍ପ ମନ୍ତ୍ରଣାଳୟ ଏବଂ ସରକାରଙ୍କ ଉପସ୍ଥି୍‍ତିରେ ଏକ ଭିଡିଓ କନଫ୍ରେନ୍ସ ଜରିଆରେ ୧୨୦୦ରୁ ଉର୍ଦ୍ଧ୍ୱ ଏମଏସଏମଇକୁ ନେଇ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାଇ କରୋନା କଟକଣା ଏବଂ ଲକଡାଉନ ଫଳରେ ରାଜ୍ୟର ଅର୍ଥନୌତିକ ସ୍ଥିତିରେ ବ୍ୟାପକ ଅବନତି ଘଟିଥିବା ସେମାନେ ଦର୍ଶାଇଛନ୍ତି। ତାମିଲ ଏବଂ ଇଂରାଜୀ ଭାଷାରେ ୧୦ପୃଷ୍ଟାର ରିପୋର୍ଟରେ ବତ୍ତର୍ମାନର ସ୍ଥିତି ଏବଂ ପ୍ରତିକାର ସମ୍ପର୍କରେ ଲେଖିଛନ୍ତି ଯେ ୭୦ପ୍ରତିଶତ ରୋଜଗାର ପନ୍ଥା ବର୍ତ୍ତମାନ ସଟଡାଉନ ଦ୍ୱାରା ପ୍ରଭାବିତ। ଅଣୁ ଏବଂ କ୍ଷୁଦ୍ର ପ୍ରତିଷ୍ଟାନ ଜରିଆରେ ଲୋକଙ୍କ ଉପାର୍ଜନ ବ୍ୟବସ୍ଥା ଭୂଷୁଡିଯାଇଛି। ତେଣୁ ଏଭଳି ଉଦ୍ୟଗୋପତିଙ୍କ ନିକଟରେ କମ ସୁଧରେ ଅଧିକରୁ ଅଧିକ ଋଣ ଯୋଗାଇ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ପ୍ରତିଷ୍ଟାନ ଗୁଡିକୁ ପ୍ରୋତ୍ସାହନ ଯୋଗାଇବା ଜରୁରୀ ବୋଲି ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କ୍ଷୁଦ୍ର ଏବଂ ଅଣୁ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା, ରାଜ୍ୟ ଉଦ୍ଦ୍ୟୋଗ ପାଣ୍ଠିର ପରିକଳ୍ପନା, ଏପରିକ ଏମଏସଏମଇ ପାଇଁ ବିମା ଯେଜାନା ଭଳି ଯେଜାନା ସମ୍ପର୍କରେ ଏକ ବିସୃତ ବିବରଣୀ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଜରିଆରେ ଉଦ୍ୟୋଗପତିଙ୍କ ନିକଟରେ ଆର୍ଥିକ ପ୍ରୋତ୍ସହନ ପହଞ୍ଚାଇବା, ବ୍ୟବସାୟୀଙ୍କ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ସୁବିଧା ସୁଯେଗା ଯୋଗାଇବା, ମାନବ ସମ୍ବଳ ଏବଂ ଦକ୍ଷ କର୍ମଚାରୀ ଓ କାରିଗର ତିଆରି ଦିଗରେ ଦୃଷ୍ଟି ଦେବା ସହ ଦୀର୍ଘ ମିଆଦି ଯେଜାନା ଭଳି ଦିଗ ମାନଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରିପୋର୍ଟକୁ ସରକାରଙ୍କ ନିକଟରେ ଭିଡିଓ କନଫ୍ରେନ୍ସ ଜରିଆରେ ସରକାରଙ୍କ ନିକଟରେ ରଖାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରାଗଲେ କ୍ଷେତ୍ରସ୍ଥରୀୟ ବେରୋଜଗାର ଦୂର ହେବାସହ ଧିରେଧିରେ ସାଧାରଣରୁ ଅତି ସାଧାରଣ ଲୋକଙ୍କ ଏବଂ ଉଦ୍ୟୋଗପତିଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି ଏହି ୧୦ପୃଷ୍ଟାର ରିପୋର୍ଟରେ ଉଲ୍ଲେଖ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.