ହାଟଡ଼ିହି, ୧୩ । ୪ : କରୋନା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ହାଟଡିହି ବ୍ଲକ ତରଫରୁ ଘରଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ବିଡିଓ ଜୟଦେବ ଦାସଙ୍କ ଅଧ୍ରକ୍ଷତାରେ ଗଠିତ ବ୍ଲକ କମିଟିରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ, ତହସିଲଦାର ଗାୟତ୍ରୀ ସୋରେନ, ସିଡିପିଓ ସରସ୍ୱତୀ ସେଠୀ, ବିପିଏମ ଚନ୍ଦନ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସର୍ଭେକାର୍ଯ୍ୟ ଆରମ୍ଭ ହୋଇଛି । ଆଶା, ଅଙ୍ଗନବାଡି କର୍ମୀ, ଶିକ୍ଷକ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଗଠିତ ଟିମ ବ୍ଲକର ସମସ୍ତ ଘର ଘର ବୁଲି ଜ୍ୱର, ଥଣ୍ଡା, ଓ ଶ୍ୱାସ ଜନିତ ରୋଗଚିହ୍ନଟ କରି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦୈନିକ ରିପୋର୍ଟ ଦେବେ । ଏହି କାର୍ଯ୍ୟକ୍ରମରେ ୫୧ଜଣ ସ୍ୱାସ୍ଥ୍ୟକର୍ମୀ, ୨୧୯ଜଣ ଅଙ୍ଗନବାଡି କର୍ମୀ, ୧୩୯ଜଣ ଆଶା, ୮୮ଜଣ ଶିକ୍ଷକ, ୭ଜଣ ସୁପରଭାଇଜର, ଦୁଇଗୋଟି ମୋବାଇଲ ହେଲଥ ଟିମ ନିୟୋଜିତ ହୋଇଛନ୍ତି । ଜ୍ୱର, ଥଣ୍ଡା ଓ ଶ୍ୱାସ ଜନିତ ଅସୁବିଧା ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ତ୍ୟକର୍ମୀଙ୍କୁ ଯୋଗାଯାଗ କରିବାପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ନିବେଦନ କରିଛନ୍ତି । ଆଗାମି ୧୭ତାରିଖ ପର୍ଯ୍ୟନ୍ତ ଏହି ସର୍ଭେକାମ କରାଯିବ ବୋଲି ଜଣାପଡିଛି । ବିଡିଏମ ପ୍ରଦୀପ ଦାସ, ସିପି ସୁବ୍ରତ ନାୟକ, ଏସିପି ପ୍ରଶାନ୍ତ ସେଠୀ, ସୁପରଭାଇଜର ମଧୁସୁଦନ ସାମଲ ପ୍ରମୁଖ ଏାକୁ ପରିଚାଳନା କରୁଛନ୍ତି ।