Home ଓଡ଼ିଶା କରୋନା କଟକଣା ସ୍ଵତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ବିଧାୟକ ଜୟ ନାରାୟଣ ମିଶ୍ର ଏବଂ...

କରୋନା କଟକଣା ସ୍ଵତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ବିଧାୟକ ନାଉରି ନାୟକ – ଘଟଣା କୋଭିଡଃ ୧୯ ଆଚାର ସଂହିତା ବିରୁଦ୍ଧl ଚରଣ, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେଡି ଜିଲ୍ଲା ସଭାପତି

93

ସମ୍ବଲପୁର, ୩୦/୭ (ଓଡ଼ିଆ ପୁଅ/ସରୋଜ ସାହୁ): ଜିଲ୍ଲାରେ କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ସାଧାରଣ ଲୋକ ପଶିବା ପାଇଁ ଜାରୀ ହୋଇଛି କଟକଣା। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଆଗାମୀ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟାକଣା ଜାରି କରାଯାଇଛି। ମାତ୍ର, ମଙ୍ଗଳବାରଦିନ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ରେଙ୍ଗାଲି ବିଧାୟକ ନାଉରି ନାୟକ ଦିନ ୧ ଟା ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଧସେଇ ପଶିଥିଲେ। ପୋଲିସ ସେମାନଙ୍କୁ ବାରଣ କରିବା ସତ୍ଵେ ସେମାନେ ଭିତରକୁ ପଶିଥିଲେ। ସମ୍ବଲପୁର ଜିଲ୍ଲାରେ ଭୁଶୁଡି ପଡିଥିବା ସ୍ୱାସ୍ଥ୍ୟବସ୍ଥା ସମ୍ମନ୍ଧୀୟ ଅଭିଯୋଗ ଓ ସେଗୁଡିକ ର ଶୀଘ୍ର ପ୍ରତିକାର ପାଇଁ ଦାବିପତ୍ର ଦେବା ପାଇଁ ସେମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସିଥିବା ସମୟରେ ଏଭଳି ତୁମୁଳକାଣ୍ଡ ହୋଇଛି। ଜିଲ୍ଲାରେ ସ୍ୱାସ୍ଥ୍ୟ ସେଵା ଵିପଯ୍ୟସ୍ତ ସମୟରେ ଏହାର ପ୍ରତିକାର ପାଇଁ ଦାବି ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଲୋକ ପ୍ରତିନିଧି ଙ୍କ ପ୍ରବେଶ ଉପରେ କେହି ବାରଣ କରିପାରିବେ ନାହିଁ, ଏହା ସାମ୍ବିଧାନିକ ଅଧିକାର ବୋଲି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ସଭାପତି ଇଂ- ସିଦ୍ଧାର୍ଥ ଦାସ କଥିତ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ବାବଦ ରେ ସମ୍ବଲପୁର ଓ ରେଙ୍ଗାଲିର ବିଧାୟକ ଜୟ ନାରାୟଣ ମିଶ୍ର ଓ ନାଉରି ନାୟକ ଙ୍କ ନେତୃତ୍ୱ ରେ ନେତା, କର୍ମୀ ଗୋଷ୍ଠିବଧ ଭାବେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ହୋ ହଲ୍ଲା କରିବା କୋଭିଡଃ ୧୯ ଆଚାର ସଂହିତା ବିରୁଦ୍ଧl ଚରଣ କରୁଛି ବୋଲି ପ୍ରକାଶ କରିଛନ୍ତି। ନିର୍ବାଚିତ ଜନ ପ୍ରତିନିଧି ଭାବେ ସେମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପରାମର୍ଶ ଦେଇ ପାରିଥାନ୍ତେ। କିନ୍ତୁ, ଖବର ରେ ରହିବାକୁ, ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ନିଜ କେନ୍ଦ୍ର ସରକାର ଙ୍କୁ ବଞ୍ଚାଇବାକୁ ଵିଜେପି ଏହି ନାଟକ କରୁଛି ବୋଲି ଶ୍ରୀ ସିଦ୍ଧାର୍ଥ ଦାସ କହିଛନ୍ତି। ସେ କହିଛନ୍ତି ଯେ, ତାଳି, ଥାଳି, ଦୀପ ମହମବତୀ ଜଳେଇବା ପରେ ବୋଧେ ସରକାରୀ ଦପ୍ତର ରେ ବିଶୃଙ୍ଖଳା ସୃଷ୍ଟି କରିବା, ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା ଦ୍ୱାରା କରୋନା ଦୁର ହୋଇଯିବ ବୋଲି ସ୍ଥାନିୟ ଵିଜେପି ବିଧାୟକ ଦ୍ବୟ ଭାବୁଛନ୍ତି। ଵିଜେପି ର ଏହି ତଥା କଥିତ କାର୍ଯ୍ୟ କରୋନା ମହାମାରି ନିୟମ ର ବିରୋଧୀ, ସରକାରୀ କର୍ମଚାରୀ ମାନକୁ ଧମକ ଦେବା, ଅଶ୍ଳୀଳ ଭାଷା ପ୍ରୟୋଗ କରିବା ନିନ୍ଦନୀୟ। ଜିଲ୍ଲା ପ୍ରଶାସନ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଦାସ ଦାବି କରିଛନ୍ତି।

ସମ୍ବଲପୁର ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଉମାକାନ୍ତ ରାଜ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବି ପତ୍ର ପ୍ରଦାନ ସମୟ ରେ କୁଚିଣ୍ଡା ର ପୂର୍ବତନ ବିଧାୟକ ରବି ନାରାୟଣ ନାୟକ, ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ, ବିଜେପି ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ ଓ ଟଙ୍କଧର ତ୍ରିପାଠୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମ ଚନ୍ଦ୍ର ମେହେର କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ସୁଶାନ୍ତ କୁମାର ପୁରୋହିତ, ଜୟନ୍ତ ଦାଶ, ଶମ୍ଭୁ ବରେଲିଆ, ଗିରିଜା ସାହୁ, ସରୋଜ ଘଡାଇ, ଫଣି ଭୂଷଣ ମିଶ୍ର, ଅଶ୍ୱିନୀ ମାଝୀ, ଶିବ ଦିୱାନ, ପ୍ରଦୀପ ବେହେରା, କାହ୍ନୁରାମ ଶର୍ମା, ମୋହନ କୁମାର ଦାଶ, ଅରୁଣ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.