ହାଟଡ଼ିହି, ୧୯ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା । ଏଥିପାଇଁ ପଲ୍ଲୀ ଠାରୁ ସହର ପର୍ୟ୍ୟନ୍ତ ସବୁଆଡେ ମା ଲକ୍ଷ୍ମୀଙ୍କର ପୂଜା ବଡ ଧୁମଧାମରେ ପାଳିତ ହେଉଛି । ହାଟଡିହି ବ୍ଲକର ହାଟଡିହି, ଜଳକଳଙ୍ଗ, ଛେନାପଦି, ଶାସଙ୍ଗ, ଚୋରଗଡିଆ, ଘୋଷରାପଦା, ଶାଳଣିଆଁ, ଅଣାଛକ, ମଲାରପଦା, ଶିବନାରାୟଣପୁର, ବରାଙ୍ଗ ଆଦି ସ୍ଥାନରେ ମା ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି । ୫ଦିନ ଧରି ଚାଲିବାକୁ ଥିବା ଏହିପୂଜା ଅବସରରେ ହାଟଡିହି ଓ ଛେନାପଦି ବଜାର ୭ଟି ମଣ୍ଡପରେ ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି । କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ମାଙ୍କ ପୂଜାକାର୍ୟ୍ୟ କରାଯାଉଛି । କୌଣସି ମଣ୍ଡପରେ ସେପରି ବିୋଷ ସାଜସଜା ହୋଇ ନାହିଁ । ଛେନାପଦି ଛକ ତାରିଣୀ ବଜାର ପୂଜା କମିଟି ପକ୍ଷରୁ ସୁଧାକର ଓଝା, ତାପସ ରାୟ, କିଶୋର ଆଚାର୍ୟ୍ୟ, ସୁଶାନ୍ତ ରାଉତ, ହିମାଂଶୁ ନାୟକ, ସୁଧାଶୁଂ ବିଶ୍ୱାଳ, ଭାଗ୍ୟଧର ସାମଲ, କେଶବ ପ୍ରଧାନ, କୃଷ୍ଣଚନ୍ଦ୍ର ରାଉତ, ଅକ୍ଷୟ ଓଝା, ସୁଶାନ୍ତ ଜେନା, ସୁବାସ ଓଝା, ଅଜୟ ସ୍ୱାଇଁ, ମଙ୍ଗୁଳି ବିଶ୍ୱାଳ, ରଞ୍ଜନ ସା, ଯୁବରାଜ ସାମଲ, ଦୁର୍ୟ୍ୟୋଧନ ସାହୁ, ସୁବାସ ଓଝା, ପ୍ରଶାନ୍ତ ରାଉତ, ସୌମେନ୍ଦ୍ର ମଲ୍ଲିକ, ଦିଲ୍ଲିପ ଜେନା, କାଳିଆ ବରାଳ, ସୁଶାନ୍ତ ଜେନା, ବୁଦ୍ଧଦେବ ଜେନା, ଶଶିକାନ୍ତ ସାମଲ, ନାରାୟଣ ଘଡେଇ, ପ୍ରମୁଖ ପୂଜାକାର୍ୟ୍ୟ ସମ୍ପାଦାନ କରୁଛନ୍ତି । ଆଜି ସନ୍ଧ୍ୟାରେ କଳଶ ଶୋଭାଯାତ୍ରା ବଜାର ପରିକ୍ରମା କରିବାପରେ ମଣ୍ଡପରେ ସ୍ଥାପନ କରାଯିବା ପରେ ପଣ୍ଡିତ ବାବୁଲା ଆଚାର୍ୟ୍ୟଙ୍କ ଦ୍ୱାରା ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ସେହିପରି ବଉଳାରୋଡ ପୁଜା କମିଟି ପକ୍ଷରୁ ସୁଦର୍ଶନ ସା, ହଳଧର ଜେନା, କେଶବ ନାୟକ, ମହେଶ୍ୱର ସା, ପୁର୍ଣ୍ଣଚନ୍ଦ୍ର ସାହୁ, ନବକିଶୋର ନାୟକ, ବିପିନି ସା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଛନ୍ତି । ଲକ୍ଷ୍ମୀବଜାର ପୂଜା କମିଟି ପକ୍ଷରୁ ରବିନ୍ଦ୍ର କୁମାର ଜେନା, ବବୁଲ ଓଝା, ମୁକ୍ତିକାନ୍ତ ପାଢ଼ୀ, ଶିଶିର ବିଶ୍ୱାଳ, ଆଲୋକ ଜେନା, ଜୁବୁଲା ସାମଲ, ଟେରୁ ବରାଳ, ପଙ୍କଜ ଗୁପ୍ତା, ବୀରବର ସାମନ୍ତରାୟ, ମୁନା ମିଶ୍ର, ସିପୁ ସାମଲ, ରାମଚନ୍ଦ୍ର ତ୍ରିପାଠୀ, ରାହାସ ବିହାରୀ ପଣ୍ଡା, ଧୁସାଶାନ ପଣ୍ଡା, ରତ୍ନାକର ପାତ୍ର ପ୍ରମୁଖ ପୂଜାକାର୍ୟ୍ୟ ସମ୍ପାଦନ କରୁଛନ୍ତି । ସେହିପରି ତୁଳସୀ କମ୍ପେ୍ଲକ୍ସ ପୂଜା କମିଟି ପକ୍ଷରୁ ଦେବେନ୍ଦ୍ର ଜେନା, ଯଚିନ୍ଦ୍ର ସା, ଆକାଶ ସା, ମହେନ୍ଦ୍ର କୁମାର ଜେନା, ସତ୍ୟବ୍ରତ ଜେନା, ଶରତ କୁମାର ପଲେଇ, ରବିନ୍ଦ୍ର କୁମାର ନାୟକ, ନାରାୟଣ ସାହାଣି ପ୍ରମୁଖ ପୂଜାକାର୍ୟ୍ୟ ସମ୍ପାଦାନ କରୁଛନ୍ତି । ସେହିପରି ଟାଙ୍କି ବଜାର ପୂଜା କମିଟି ପକ୍ଷରୁ ଲିପୁ ଦଳେଇ, ଶମ୍ବୁନାଥ ରାଉତ, ପ୍ରଶାନ୍ତ ବେହେରା, ଟୁକୁ ପଢ଼ିଆରୀ, ସୌମ୍ୟରଞ୍ଜନ ଜେନା, ନଣ୍ଡା ଜେନା, ଜୀବନ ସ୍ୱାଇଁ, ହରେକୃଷ୍ଣ ଓଝା, ଜଗବନ୍ଧୁ କର, ସନ୍ତୋଷ ରାୟ, ରବି ତ୍ରିପାଠୀ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି ଜଳକଳଙ୍ଗ ପୂଜାରେ ବୁଦ୍ଧଦେବ ଜେନା କର୍ତ୍ତାଭାବେ ପୂଜାକାର୍ୟ୍ୟ ସମ୍ପାଦାନ କରିଥିବାବେଳେ ସଦାଶିବ ଚକ୍ର, କାମପାଳ ନାୟକ, ଗୋପାଳ ନାୟକ, ଶଙ୍କର୍ଷଣ ନାୟକ, ନରେନ୍ଦ୍ର ସା, ପଙ୍କଜ ଜେନା, ସନାତନ ଜେନା, ଭଗବାନ ନାୟକ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରୁଛନ୍ତି । ସମଗ୍ର ଦୁଇଟିଯାକ ବଜାର ରଙ୍ଗିନି ଆଲୋକମାଳାରେ ଝଲସି ଉଠୁଥିବାବେଳେ ଆଜି ବିଳମ୍ବିତ ରାତି ପର୍ୟ୍ୟନ୍ତ ପ୍ରତି ମଣ୍ଡପ ନିକଟରେ ବ୍ରାହ୍ମଣ ମାନଙ୍କ ବେଦପାଠ ଓ ମନ୍ତ୍ରଧ୍ୱନୀରେ ପ୍ରଙ୍କମ୍ପିତ ହୋଇଉଠୁଛି ।