Home ଜିଲ୍ଲା ପରିକ୍ରମା କରୋନା କଟକଣା କୁ ଫୁ – ବେଆଇନ ଚତୁର୍ଥୀ ଭୋଜିକୁ ବନ୍ଦକଲା ପୋଲିସ୍

କରୋନା କଟକଣା କୁ ଫୁ – ବେଆଇନ ଚତୁର୍ଥୀ ଭୋଜିକୁ ବନ୍ଦକଲା ପୋଲିସ୍

165

କୋରେଇ ୧୬/୭ (ଓଡ଼ିଆ ପୁଅ/ଭାସ୍କର ସାହୁ) ମହାମାରୀ କରୋନା ସାରା ଦେଶ ଓ ଆମ ରାଜ୍ୟକୁ କବଳିତ କରିରଖିଛି। ସେଥିରୁ ଆମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି। କରୋନାକୁ ନିୟନ୍ତ୍ରଣରେ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ସପ୍ତାହର ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରାଯାଇଛି। କରୋନା ତାର କାୟା ମେଲାଉଥବା ସହିତ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣକୁ ବିଭିନ୍ନ ମାଧ୍ୟମରେ ସଚେତନତା କରାଯାଉଛି। କରୋନାକୁ ମୁକାବିଲା କରିବାପାଇଁ ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୁରତା ରକ୍ଷା କରିବା, ସଭା ସମିତି ନ କରିବା, ଗୋଟିଏ ସ୍ଥାନରେ ଅଧିକ ଲୋକ ଏକାଠି ନ ହେବା ପାଇଁ ପ୍ରସାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ କିଛି ଅମାନିଆ ଏ ନିୟମକୁ ମାନିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି। ଏବେ ବାହାଘର ଋତୁ ଚାଲିଛି। ଥାନା ଅବା ତହସିଲରୁ ଅନୁମତି ପତ୍ର ନେଇ କିଛି ଲୋକ କରୋନା କଟକଣା ନିୟମକୁ ମାନି ବାହାଘର କାର୍ଯ୍ୟ ସମ୍ପାଦନ କରୁଛନ୍ତି ଆଉକିଛି ଏ ନିୟମକୁ ଆଦୌ ମାନୁ ନାହାନ୍ତି ଯାହା ଦ୍ୱାରା କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଆଜି ଏକ ବେଆଇନ ଭୋଜିକୁ ବନ୍ଦ କରିଛି ପୁଲିସ ଓ ସେମାନଙ୍କ ନାମରେ ମାମଲା ମଧ୍ୟ ଦରଜ କରିଛି। ସୂଚନାମୁତାବକ ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁରରେ ସ୍ୱର୍ଗତଃ ପ୍ରଭାକର ସାହୁଙ୍କ ସାନ ପୁଅ ସଂଜୟର ଗତ ତିନିଦିନ ତଳେ ବାହାଘର ହୋଇଥିଲା। ଆଜି ଚତୁର୍ଥୀରେ ଘର ଆଗରେ ଛୋଟ ସାମିନା ଟିଏ ମାରି ଘର ପଛପଟ ଓ ଛାତ ଉପରେ ଅତି ସତର୍କତାର ସହିତ ଅତିଥି ମାନଙ୍କ ବସିବା ଓ ଖାଇବା ପାଇଁ ବଡ ଟେଂଟ ମରାଯାଇଥିଲା। ଯେପରି ବାହାରୁ କେହି ଜାଣି ପାରିବେ ନାହିଁ। ପ୍ରାୟ ୪ଶହ ଲୋକଙ୍କ ପାଇଁ ରୋଷେଇର ଅୟୋଜନ କରାଯାଇଥିଲା। ଏକା ଥରକେ ପ୍ରାୟ ୫୦ରୁ ଅଧିକ ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଖାଇବା ସହିତ ସଠିପୁରରୁ ବୈତରଣୀ ରୋଡକୁ ଯାଇଥିବା ରାସ୍ଥା କଡରେ ତାଙ୍କ ଘର ସମ୍ନାରେ ଲୋକେ ରୁଣ୍ଡ ହୋଇଥିଲେ। କୌଣସି ସୁତ୍ରରୁ ପାଣିକୋଇଲି ପୁଲିସ ପାଖରେ ଏ ବିଷୟରେ ଖବର ପହଁଚିଯାଇଥିଲା। ତୁରନ୍ତ ଥାନା ଅଧିକାରୀ ଅଜୟ କୁମାର ଜେନା ସଦଳବଳେ ଘଟଣାସ୍ଥଳରେ ପହଂଚି ଚଢାଉ କରିଥିଲେ। ସେ ସମୟରେ ପଛପଟେ ହୋଇଥିବା ଟେଂଟରେ ବିନା ମାସ୍କ ଓ ପାଖାପାଖି ଟେବୁଲରେ ବସି ୪୦ରୁ ଅଧିକ ଲୋକେ ଖାଉଥିଲେ। ରୋଷଶାଳାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପଦାର୍ଥ ଗଛିତ ରହିଥିଲା। ପୁଲିସକୁ ଦେଖି ସେଠାରେ ଉପସ୍ଥିତ ଥବା ଲୋକେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଖାଦ୍ୟକୁ ସିଜ୍ କରିବା ସହିତ କୋଭିଡ୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ପୁଲିସ ନିଜ ଆଡୁ ଏକ ମାମଲା ୧୫୪/୨୦ ଦଫା ୧୮୮/୨୬୯/୨୭୦/୩୪ ଆଇପିସିରେ ସ୍ୱର୍ଗତଃ ପ୍ରଭାକର ସାହୁଙ୍କ ସ୍ତ୍ରୀ ଶ୍ରୀମତୀ ସାହୁ ଓ ଦୁଇ ପୁଅ ଅମୁଲ୍ୟ ଓ ସଂଜୟଙ୍କ ନାମରେ ଏକ ମାମଲା ରୁଜୁକରିବା ସହିତ ଅମୁଲ୍ୟ ଓ ସଂଜୟକୁ ଥାନାରେ ଅଟକ ରଖିଛି।। ଥାନାଧିକାରୀ ଶ୍ରୀ ଜେନାଙ୍କ ସହିତ ଏସଆଇ ପୁଷ୍ପଲତା ବେହେରା ଓ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ଥିଲେ। କୋଭିଡ୧୯ (କରୋନା ଭୁତାଣୁ) ନିୟମକୁ ଉଲଘଂନ କରୁଥିବା ଅମାନିଆଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.