Home ଜିଲ୍ଲା ପରିକ୍ରମା କରୋନା କଟକଣାକୁ ଫୁ .. ଧୁମ୍ ଖରାରେ ଅଂଶୁଘାତକୁ ବି ବେଖାତିର

କରୋନା କଟକଣାକୁ ଫୁ .. ଧୁମ୍ ଖରାରେ ଅଂଶୁଘାତକୁ ବି ବେଖାତିର

157

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଇନ୍‌, କଟକଣା ଆଉ ମାନବିକତାକୁ ଖୁଲମଖୁଲ୍ଲା ଉଲ୍ଲଂଘନ କରୁଛନ୍ତି ରାସ୍ତାକାମ କରୁଥିବା ଠିକାଦାରମାନେ । ଶ୍ରମିକ ପାଇଁ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା, କରୋନା ଜନିତ ଯାବତ କଟକଣା, ସମ୍ଭାବ୍ୟ ଅଂଶୁଘାତ ପ୍ରତି ସଚେତନତା ଓ ମାନବିକତା କିଛି ମଧ୍ୟ ଦରକାର ନାହିଁ ସେମାନଙ୍କର । ଖୁବ୍ ବେପରୁଆ ଭାବେ କେଉଁ ଲମ୍ବା ହାତର କହୁଛାୟା ତଳେ ସେମାନେ ବିଚ୍ ରାସ୍ତାରେ ଦିନ ତମାମ ଶ୍ରମିକମାନଙ୍କୁ ପିଚୁ କାମରେ ଲଗାଉଛି ତାହା ଏବେ ଦେଖଣାହାରୀ ଯାତ୍ରୀମାନଙ୍କ ପାଇଁ ପ୍ରଶ୍ନବାଚୀ ହୋଇଛି । ସୂଚନା ଅନୁଯାୟୀ ଏମିତି ଦୃଶ୍ୟ ସୋମବାର ଓ ମଙ୍ଗଳବାର ଭଦ୍ରକ ଚାନ୍ଦବାଲି ରାସ୍ତାର ଭଦ୍ରକ ଜିଲା ହେଡ୍‌କ୍ୱାର୍ଟର ଠାରୁ ମାତ୍ର ଅଳ୍ପଦୂରରେ ଇଚ୍ଛାପୁର ପାଖାପାଖି ନିଆଁ ବର୍ଷୁଥିବା ଖରାରେ ନିଆଁରେ ପିଚୁ ଗରମ କରି ରାସ୍ତା ଉପରେ ଠିକାଦାର ବା ତାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିଥିବାର ଜଣାଯାଇଛି । କରୋନା, ଅଂଶୁଘାତ ଓ ଶ୍ରମିକମାନଙ୍କ ନିରାପତ୍ତା ସଂପର୍କିତ ଆଇନ୍‌କୁ ଏହା ଖୁଲମଖୁଲା ଉଲ୍ଲଂଘନ କରୁଥିବାର ପ୍ରଶାସନର ନଜର ପଡିବା ଓ ପଦକ୍ଷେପ ନିହାତି ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.