ଭୁବନେଶ୍ୱର: କରୋନା ଭାଇରସକୁ ନେଇ ସବୁଠି ଆତଙ୍କ। କରୋନା ଭୟ ଏପରି ହୋଇଛି ଯେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଜୀବନ ଏବଂ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ନିଜ ପୁଅକୁ ଛାଡ଼ି ପଳାୟନ କରୁଛନ୍ତି। ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଛି। କୋଡିଏ ବର୍ଷ ବୟସର ପୁଅକୁ ଡାକ୍ତରଖାନାରେ ଛାଡ଼ି ତାଙ୍କ ପିତାମାତା ଗାଁକୁ ପଳାଇଛନ୍ତି।
ଖବର ମୁତାବକ, ଶିବପୁରୀ ଜିଲ୍ଲାର ବାରାଉଡି ଗାଁର ଏକ ପରିବାର ଶ୍ରମିକ ଭାବରେ କାମ କରିବାକୁ ମୁମ୍ବାଇ ଯାଇଥିଲେ। ପିତାମାତାଙ୍କ ସହିତ ଏହି ପରିବାରର ଏକ ୨୦ ବର୍ଷର ପୁଅ ମଧ୍ୟ ଥିଲା। ପୁଅକୁ କରୋନା ଭାଇରସ ଆକ୍ରାନ୍ତ ହେବା ପରେ ତାକୁ ଡାକ୍ତରଖାନାରେ ଛାଡ଼ି ଏବଂ ନିଜର ପରୀକ୍ଷା ନକରାଇ ବାପା, ମା ଗାଁକୁ ପଳାଇଲେ। ତେବେ, ଗ୍ରାମବାସୀ ଏହି ସୂଚନା ପାଇବା ମାତ୍ରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଗାଁର ଲୋକମାନେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଏ ବିଷୟରେ ଜଣାଇଥିଲେ। ଏହାପରେ ଏକ ଟିମ୍ ଗାଁରେ ପହଞ୍ଚି ଉଭୟଙ୍କୁ ତଦନ୍ତ ପାଇଁ ନେଇଥିଲା। ପୋଲିସ ସେମାନଙ୍କୁ ପଚରାଉଚରା ମଧ୍ୟ କରିଛି। ତେବେ, ସେମାନଙ୍କ ବିଷୟରେ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ। କିନ୍ତୁ ଗାଁରେ ଆତଙ୍କ ଖେଳିଯାଇଛି। /-ଦେବଦତ୍ତ ରଥ







