Home ଜିଲ୍ଲା ପରିକ୍ରମା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ ଶୀଘ୍ର ସଚେତନତା ଜରିଆରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ପ୍ରକାଶ...

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ ଶୀଘ୍ର ସଚେତନତା ଜରିଆରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ପ୍ରକାଶ କଲେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ

95

ବଲାଙ୍ଗୀର, ୨୪-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି, ବିଶେଷ କରି ବଲାଙ୍ଗୀର ଜିଲ୍ଲାରେ ଏହାର ସଂଖ୍ୟା ହୁ ହୁ ହୋଇ ବଢୁଛି। ଏହି କରୋନା ମହାମାରୀ ସବୁ ସ୍ତରରେ ମାଡି ଚାଲିଥିବା ବେଳେ, ପ୍ରଶାସନିକ ସ୍ତରରେ ଲୋକଙ୍କୁ ସରକାରୀ ସୁବିଧା ତଥା ସଚେତନତା ଅଭିଯାନ ମାଧ୍ୟମରେ ଲୋକ ସମ୍ପର୍କ ତଥା ସଜାଗ କରାଉଛନ୍ତି ନୂତନ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ଅନ୍ୟ ପଟେ କୋଭିଡ ନିୟମ ଉଲଘଂନ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଚଢ଼ାଉ କରି ଦୋକାନ ସିଲ କରୁଛନ୍ତି ଉପଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ। ଅତିରିକ୍ତ ଜିଲ୍ଲାପାଳ ଭାବେ ବଲାଙ୍ଗୀର ରେ ଯୋଗ ଦେଇଥିବା ବେଳେ ବଲାଙ୍ଗୀର ରେ ବିଭିନ୍ନ ବର୍ଗର ଲୋକ ଙ୍କୁ ନେଇ ସଚେତନତା ସୃଷ୍ଟି ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଶ୍ରୀ ନାୟକ ପୂର୍ବରୁ ଟିଟିଲାଗଡରେ ଉପଜିଲ୍ଲାପାଳ ଭାବରେ ଅତି ସୁନ୍ଦର ଭାବରେ ଦାୟିତ୍ଵ ତୁଲାଇବା ସହ ଲୋକଙ୍କ ସହ ପ୍ରିୟପାତ୍ର ହୋଇ ପାରିଥିଲେ। ସଦାବେଳେ ଜନସାଧାରଣଙ୍କ ସହ ଜଡ଼ିତ ହୋଇ ସଦାସର୍ବଦା ସମସ୍ତ ବର୍ଗର ଲୋକ, ବିଭିନ୍ନ ସଂଗଠନ, ସାମାଜିକ କର୍ମୀଙ୍କ ସହ ମିଶି କୋଭିଡ ପରିଚାଳନା କରିବାରେ ଏକ ଦାୟିତ୍ୱବାନ ଅଧିକାରୀ ଭାବରେ ଦାୟିତ୍ଵ ତୁଲାଇଥିଲେ, ଏବେ ବଲାଙ୍ଗୀରରେ ମଧ୍ୟ ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି। ବଲାଙ୍ଗୀରର ଜନସାଧାରଣଙ୍କୁ ନିଜକୁ ଏହି ମହାମାରୀ ସମୟରେ ନିଜକୁ ସୁରକ୍ଷିତ ରଖିବା ସହ ଏକ ସଚେତନ ନାଗରିକର ଭୂମିକା ତୁଲାଇବା ପାଇଁ କହିଛନ୍ତି। ଏପରି କି ଜିଲ୍ଲା ର ଅନ୍ତରୀଣ ଅଞ୍ଚଳ ଗୁଡିକୁ ଗସ୍ତ କରି ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ କରିଛନ୍ତି। ପର୍ଯ୍ୟାୟ କ୍ରମେ ସ୍ଥିର କରାଯାଇଥିବା ଏହି ସଭା ଦ୍ୱାରା କରୋନା କୁ ବଲାଙ୍ଗୀର ଜିଲ୍ଲାରେ ନିୟନ୍ତ୍ରଣ କରାଯାଇଥିବା ଓ ନୂତନ ଅକ୍ରାନ୍ତ ଙ୍କ ସଂଖ୍ୟା ରେ ଖୁବ ଶୀଘ୍ର ରୋକ ଲଗାଯିବା ଜିଲ୍ଲା ପ୍ରଶାସନ ତରଫରୁ ସ୍ଥିର କରାଯାଇଥିବା ଓଡ଼ିଆ ପୁଅ କୁ ସ୍ୱତନ୍ତ୍ର ସାକ୍ଷାତ କାରରେ ସୂଚନା ଦେଇଛନ୍ତି। ତେବେ ଭୟଭୀତ ନ ହେବା ଓ ଯଥା ସମ୍ଭବ ଲକ୍ଷଣ ପ୍ରକାଶ ନ ପାଉଥିବା ସାଧାରଣ ନିଜ ପରୀକ୍ଷା କେବଳ ଡାକ୍ତର ଙ୍କ ପରାମର୍ଶ କ୍ରମେ କରିବା କୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.