Home କେନ୍ଦୁଝର କରୋନାରୁ ମୁକ୍ତ ପାଇଁ ଚାରଣଗୋଷ୍ଠୀର ଦ୍ୱୀପଦାନ ଓ ବିଷ୍ଣୁସହସ୍ର ନାମ ଜପ

କରୋନାରୁ ମୁକ୍ତ ପାଇଁ ଚାରଣଗୋଷ୍ଠୀର ଦ୍ୱୀପଦାନ ଓ ବିଷ୍ଣୁସହସ୍ର ନାମ ଜପ

56

ହାଟଡିହି- ୨୫ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବିଶ୍ୱକୁ କରୋନା ମହାମାରୀରୁ ରକ୍ଷା କରିବାପାଇଁ ଚାରଣଗୋଷ୍ଠୀ କେନ୍ଦୁଝର ଜିଲ୍ଲା ପକ୍ଷରୁ ସମୁହ ଦ୍ୱୀପଦାନ ଓ ବିଷ୍ଣୁସହଶ୍ର ନାମ ଯପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ଚାରଣ ଗୋଷ୍ଠୀର ସମସ୍ତ ମା ଭାଇମାନେ ଆଜି ସନ୍ଧ୍ୟାରେ ଏକ ସମୟରେ ଏକ ମୁଖ ହୋଇ ଚାରଣର ଇଷ୍ଟ ଜଗତର ନାଥ ପ୍ରଭୂ ଜଗନ୍ନାଥଙ୍କ ପଦାରବିନ୍ଦରେ ମନମୁନ ଚଇତନ ଲଗାଇ ସମୁହ ଦ୍ୱୀପ ପ୍ରଜ୍ଜଳନ କରିବା ସହିତ ବିଷ୍ଣୁସହସ୍ର ନାମ, ଭାଗବତଗୀତାର ପଞ୍ଚଦଶ ଅଧ୍ୟାୟ, ହନୁମାନ ଚାଳିଶା ଏବଂ ୧୧ଥର ଉଗ୍ର ନୃଷିହଂମନ୍ତ୍ର ଯପ କରିଛନ୍ତି । ତତ ସହିତ ସ୍ୱର୍ଗତ ଚାରଣ ଭାଇ ରାମଦାସଙ୍କ ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରିଛନ୍ତି । ଜିଲ୍ଲା ସଂଗଠକ ନବକିଶୋର ଭଞ୍ଜ, ଉପଜିଲ୍ଲା ସଂଗଠକ ତପନ କୁମାର ନାୟକ, ଆନନ୍ଦପୁରର ଅଞ୍ଚଳ ସଂଗଠକ ଭରତ ଚନ୍ଦ୍ର ନାଥ, ମଣ୍ଡଳ ସଂଗଠକ ବିଚିତ୍ରାନନ୍ଦ ଦାସ, ସୁରେନ୍ଦ୍ର ନାୟକ, ବାସୁଦେବ ବେହେରା, ଚନ୍ଦ୍ରଚୁଡ ରାଉତ, ନବଘନ ରାଉତ, ଏବଂ କେନ୍ଦୁଝର ଜିଲ୍ଲାର ସମସ୍ତ ମା ଭାଇମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.